Latest Odisha News

BREAKING NEWS

ବିବାହ ପୂର୍ବରୁ ନାଗା ଚୈତନ୍ୟ ସୋସିଆଲ ମିଡିଆରୁ ହଟେଇଲେ ପୂର୍ବତନ ପତ୍ନୀଙ୍କ ସମସ୍ତ ଫଟୋ

ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୂନର୍ବାର ବିବାହ କରିବାକୁ ଯାଉଛନ୍ତି । ସାମନ୍ଥା ରୂଥ ପ୍ରଭୂଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହେବା ପରେ ନାଗା ଚୈତନ୍ୟ ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡିଥିଲେ । ନିକଟରେ ଶୋଭିତାଙ୍କ ସହ ତାଙ୍କ ନିର୍ବନ୍ଧ ମଧ୍ୟ ହୋଇଛି । ଇତି ମଧ୍ୟରେ ନାଗା ଚୈତନ୍ୟ ଅକ୍ଟୋବର ୨୭ରେ ସାମନ୍ଥାଙ୍କ ସହ ଶେଷ ଫଟୋକୁ ମଧ୍ୟ ଡିଲିଟ କରିଛନ୍ତି । ପୂର୍ବରୁ ସେ ଅନ୍ୟ ଫଟୋଗୁଡିକ କାଟି ଦେଇଥିଲେ ମଧ୍ୟ ଇନଷ୍ଟାଗ୍ରାମ ପେଜରେ ଫର୍ମୂଲା ୱାନ ରେସ ଟ୍ରାକରେ ଉଭୟଙ୍କ ଏକ ଆକର୍ଷଣୀୟ ଫଟୋ ରହିଥିଲା । ଯାହା ସେମାନେ ୨୦୧୮ରେ ଉଠାଇଥିଲେ ।

ଦୀର୍ଘଦିନ ଧରି ଭଲ ପାଇବା ପରେ ନାଗା ଚୈତନ୍ୟ ଓ ସାମନ୍ଥା ୨୦୧୭ରେ ବିବାହ କରିଥିଲେ । ଏହାର ୪ ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା । ୮ ଅଗଷ୍ଟ ୨୦୨୪ରେ ନାଗା ଚୈତନ୍ୟ ତାଙ୍କ ନୂଆ ପ୍ରେମିକା ତଥା ଅଭିନେତ୍ରୀ ଶୋଭିତାଙ୍କ ସହ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଖୁବ ଶୀଘ୍ର ବିବାହ ତାରିଖ ଘୋଷଣା କରାଯିବ ବୋଲି ଉଭୟଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.