Latest Odisha News

BREAKING NEWS

ବିଚ୍ଛେଦର ତିନି ବର୍ଷ ପରେ ପୁଣି ପ୍ରେମରେ ପଡିଲେ ନାଗା ଚୈତନ୍ୟ, ସେୟାର କଲେ ନିର୍ବନ୍ଧର ଫଟୋ

ମୁମ୍ବାଇ: ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ । ଯାହାର ଝଲକ ସେ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ମେଡ୍ ଇନ୍ ହେବେନ୍’ ର ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିବାର ଫଟୋ ସେୟାର କରି ତାଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଜଣାଇଛନ୍ତି ।

ତେବେ ନାଗା ଚୈତନ୍ୟ ଓ ସୋଭିତା ଧୁଲିପାଲା ପରସ୍ପରକୁ ଡେଟ୍ କରୁଥିଲେ । ଆଉ ଏବେ ଏହି ସଂପର୍କକୁ ଏକ ନୂଆ ପରିଚୟ ଦେଇଛନ୍ତି । ନିଜର ପ୍ରିୟଜନଙ୍କ ସହ ହାଇଦ୍ରାବାଦ ସ୍ଥିତ ଘରେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି ଚୈତନ୍ୟ ଓ ଧୁଲିପାଲା ।

ଯାହାକୁ ନେଇ ତେଲୁଗୁ ଇଣ୍ଡଷ୍ଟ୍ରିର ନାମାଦାମୀ କଳକାର ତଥା ଚୈତନ୍ୟଙ୍କ ବାପା ନାଗାର୍ଜ୍ଜୁନ ତାଙ୍କ ପୁଅର ଖୁସିର ମୁହୂର୍ତ୍ତକୁ ନିଜର ଏକ୍ସ ହ୍ୟାଣ୍ଡେଲ ପୋଷ୍ଟ କରି ଲେଖିଛନ୍ତି, ଆମେ ଅତ୍ୟନ୍ତ ଖୁସି ଯେ ଆମ ପୁଅ ନାଗା ଚୈତନ୍ୟର ନିର୍ବନ୍ଧ ସୋଭିତା ଧୁଲିପିଲା ସହ ସରିଛି । ଆମେ ତାଙ୍କୁ ଆମ ପରିବାରକୁ ସ୍ବାଗତ କରିବା ପାଇଁ ଖୁସିରେ ଆତ୍ମହରା ହୋଇପଡୁଛୁ । ଏହା ସହିତ ପୁଅ ଓ ବୋହୂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନାଗାର୍ଜ୍ଜୁନ ।

ତେବେ କହିରଖୁଛୁ, ନାଗା ଚୈତନ୍ୟ ପୂର୍ବରୁ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ । ଅକ୍ଟୋବର ୨୦୨୧ରେ ସେମାନଙ୍କର ବିଚ୍ଛେଦ ହୋଇଥିଲା ।

Comments are closed.