Latest Odisha News

୪ ବଲ୍ ଖେଳି ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହାର ଆଉ ଏକ ପ୍ରମାଣ ବୁଧବାର ଦେଖିବାକୁ ମିଳିଛି । ଚଳିତ ସିନିୟର ମହିଳା ଦିନିକିଆ କ୍ରିକେଟରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ଦଳ ୧୭ ରନରେ ଅଲଆଉଟ ହୋଇ ଯାଇଥିଲା । ସରିବା ଦଳ ପକ୍ଷରୁ ସର୍ବାଧିକ ୯ରନ କରିଥିଲେ ।

ମୁମ୍ବାଇ ପକ୍ଷରୁ ସୟାଲି ୭ରନରେ ୫ ଉଇକେଟ ଅକ୍ତିଆର କରିଥିଲେ । ୧୮ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ କୌଣସି ଉଇକେଟ ନ ହରାଇ ୪ଟି ବଲରେ ହାସଲ କରି ନେଇଥିଲା । ଈଶା ଓଝା(୧୩ ନଟଆଉଟ) ଓ ବୃଷାଳୀ(୬ ନଟଆଉଟ) ମାତ୍ର ୪ ବଲରେ ମ୍ୟାଚକୁ ଜିତି ନେଇଥିଲେ ।

Leave A Reply

Your email address will not be published.