Latest Odisha News

BREAKING NEWS

ନାଗାଲାଣ୍ଡରେ ଆଉ କୁକୁର ମାଂସ ବିକ୍ରି ହେବନି

କୋହିମା: ନାଗାଲାଣ୍ଡ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଏଠାରେ କୁକୁର କିଣାବିକାକୁ ବନ୍ଦ କରିଛନ୍ତି । ସେହିପରି କୁକୁର ମାଂସ (ଉଭୟ ରନ୍ଧା ଓ କଂଚା) ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳର ଏହି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆଜିଠାରୁ କୁକୁର ହତ୍ୟା କରିବା ଓ ମାଂସ ଖାଇବା ନାଗାଲ୍ୟାଣ୍ଡରେ ଅବୈଧ ବୋଲି ଘୋଷଣା କରାଯାଇଛି । ପୂର୍ବାଂଚଳର ଅନ୍ୟ ସ୍ଥାନଗୁଡିକରେ କୁକୁର ମାଂସ ଏବେ ମଧ୍ୟ ବିକ୍ରି କରାଯାଉଛି ।

ଏଠାକାର ବାସିନ୍ଦା ଏହି ମାଂସରେ ଔଷଧୀୟ ଗୁଣ ଅଛି ବୋଲି ଭାବନ୍ତି । ବିଭିନ୍ନ ପଶୁପ୍ରେମୀ ସଂଗଠନ ଦୀର୍ଘ ଦିନ ଧରି ଏହାକୁ ବିରୋଧ କରି ଆସୁଥିଲେ ।

Leave A Reply

Your email address will not be published.