Latest Odisha News

କୋଭିଡ-୧୯: ଡୋର୍ ଟୁ ଡୋର୍ ସର୍ଭେ କରିବେ ଓଡିଶା ସରକାର

ଭୁବନେଶ୍ୱର: ଜୁଲାଇ ୧୬ ତାରିଖରୁ କରୋନା ଉପରେ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚି ଶୁକ୍ରବାର ଦିନ କହିଛନ୍ତି ଯେ ଆଶା କର୍ମୀଙ୍କ ଦ୍ୱାରା କରାଯାଇଥିବା ସର୍ଭେ ୪୫ ଦିନ ପର୍ଯ୍ୟନ୍ତ ଚାଲିବ। ଆଶା କର୍ମୀମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ପ୍ରତ୍ୟେକ ଘର ବୁଲି ବୁଲି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ବିବରଣୀ ସଂଗ୍ରହ କରିବେ, ବିଶେଷକରି ଯେଉଁମାନଙ୍କ ମଧ୍ୟରେ କୋଭିଡ-୧୯ ଲକ୍ଷଣ ଦେଖାଯାଉଥିବ।

ଏହି ସମୟରେ ସର୍ବେକ୍ଷଣକାରୀଙ୍କ ନିକଟରେ ଲୋକମାନେ ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ନଲୁଚାଇବାକୁ ସେ ନିବେଦନ କରିଛନ୍ତି।

ମୋୖସୁମୀ ଆସିବା ପରେ ଲୋକମାନେ ଜ୍ୱର, ଥଣ୍ଡା ଏବଂ ଭଳି ରୋଗରେ ପୀଡିତ ହୋଇପାରନ୍ତି ଯାହା କରୋନା ହେବାର ଆଶଙ୍କାକୁ ବଢାଇପାରେ ବୋଲି ବାଗଚି କହିଛନ୍ତି ।

ଯଦି କାହା ପାଖରେ କରୋନା ଲକ୍ଷଣ ମିଳିବ, ତେବେ ତାକୁ ପରୀକ୍ଷା ପାଇଁ ପଠାଯିବ। ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ତାଙ୍କୁ ଆନୁଷ୍ଠାନିକ କ୍ବାରେନଣ୍ଟାଇନରେ ରଖାଯିବ।

ସେହିପରି ଦୋକାନରେ ଭିଡ ନଲଗାଇବା ଏବଂ କୋଭିଡ-୧୯ ନିୟମକୁ ନ ଭାଙ୍ଗିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

Leave A Reply

Your email address will not be published.