Latest Odisha News

BREAKING NEWS

ଜନସଂଖ୍ୟା ବୃଦ୍ଧି ରୋକିବାକୁ ନାଗାଲାଣ୍ଡ ମନ୍ତ୍ରୀଙ୍କ ମନ୍ତ୍ର

ନିକଟରେ ତାଙ୍କ “ଛୋଟ ଆଖି” ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ହିଟ୍ ହୋଇଥିବା ନାଗାଲାଣ୍ଡ ମନ୍ତ୍ରୀ ତେମଜେନ୍ ଇମ୍ନାଙ୍କ ବକ୍ତବ୍ୟ ଭାଇରାଲ ହେବାରେ ଲାଗିଛି । ଦେଶରେ ହୁତ ହୁତ ହୋଇ ବଢ଼ୁଥିବା ଜନସଂଖ୍ୟା ପାଇଁ ସେ ଅନ୍ୟକୁ ଦାୟୀ କରିନାହାଁନ୍ତି । ଏଥିପାଇଁ ସେ ନିଜେ ଏକ ଫର୍ମୁଲା ବାହାର କରିଥିବା କହିଛନ୍ତି । ଆଉ ସେ ଫର୍ମୁଲା ହେଉଛି ଏକା ରହିବାକୁ ଭଲ ପାଇବା ।

ଦେଶର ଜନସଂଖ୍ୟା କେବଳ ଏହି ଉପାୟରେ ରୋକାଯାଇପାରିବ ବୋଲି ସେ କହିଛନ୍ତି । ନାଗାଲାଣ୍ଡ ବିଜେପି ସଭାପତି ଥିବା ତେମଜେନ ଇମ୍ନା ଏବେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି ।

ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଚୀନ୍‌କୁ ଅତିକ୍ରମ କରିପାରେ। ଅର୍ଥାତ୍ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ। ଜନସଂଖ୍ୟା ବୃଦ୍ଧି ନେଇ ସମୟ ସମୟରେ ଏକ ବିତର୍କ ଚାଲିଛି। ଏଭଳି ସମୟରେ ନାଗାଲାଣ୍ଡ ମନ୍ତ୍ରୀ ଙ୍କ ନିଆରା ସମାଧାନ ସମସ୍ତଙ୍କ ମନକୁ ପାଇଛି । ବିଶେଷ କରି ସୋସିଆଲ ମିଡିଆରେ ଏବେ ତାଙ୍କର ଫଲୋଅର ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ସମସ୍ତେ ତାଙ୍କ ମତକୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.