Latest Odisha News

BREAKING NEWS

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରା ୨୦୨୨ ଉତ୍ସବରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ଵୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା ପାନୀୟ ଜଳ, ଏବଂ ଗ୍ଲୁକୋଜ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି ।

ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଏହି ସେବା ନେତ୍ରୋତ୍ସବ (ଜୁନ ୩୦ ତାରିଖ)ରୁ ଆରମ୍ଭ ହୋଇ ସୁନାବେଶ ପର୍ଯ୍ୟନ୍ତ ଚାଲିଥିଲା । ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବସଷ୍ଟାଣ୍ଡ ମଧ୍ୟରେ ଏକ ସ୍ୱତନ୍ତ୍ର ଷ୍ଟଲରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ସତେଜ ରନ୍ଧା ହୋଇଥିବା ଶୁଦ୍ଧ ଶାକାହାରୀ ମିଲ (ଆନ୍ନ, ଡାଲମା ଏବଂ ଖଜୁର ଖଟା) ଯୋଗାଇ ଦିଆଯାଇଥିଲା । ସ୍ଥାନୀୟ ସ୍ଵେଚ୍ଛାସେବୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳନା କରଯାଇଥିଲା ।

JSPL Foundations Serves Devotees in Rath Yatra Festival at Puri

“ପୁରୀର ରଥଯାତ୍ରା ମହୋତ୍ସବରେ ଭକ୍ତମାନଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ଆମେ ସର୍ବଦା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କୃତଜ୍ଞ । ଆମେ ବିଶ୍ଵାସ କରୁ ଯେ ମାନବ ସେବା ହିଁ ହେଉଛି ଭଗବାନଙ୍କ ସେବା । ସାରା ବିଶ୍ୱରେ ମାନବଜାତିଙ୍କୁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ସ୍ୱାସ୍ଥ୍ୟ ଏବଂ ଶାନ୍ତିରେ ଆଶୀର୍ବାଦ କରନ୍ତୁ,” ବୋଲି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି ।

ଏହା ବ୍ୟତିତ ଜେଏସପିଏଲ ଫାଉଣ୍ଡେସନ ରଥ ଯାତ୍ରା ଦିନ ପୁରୀ ବଡ ଦାଣ୍ଡରେ ଭକ୍ତଙ୍କ ମଧ୍ୟରେ ୧୦୦୦୦ ପ୍ୟାକେଟ ଗ୍ଲୁକୋଜ ବଣ୍ଟନ କରିଥିଲା । କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୦୦୦ ରେନ କୋଟ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରଯାଇଥିଲା । ରଥ ଯାତ୍ରାରେ ନେତ୍ରୋତ୍ସବ ଠାରୁ ଆରମ୍ଭ କରି ୧୪ ଦିନ ଧରି ଫାଉଣ୍ଡେସନ୍ ପକ୍ଷରୁ ନିଯୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଭ୍ରାମ୍ୟମାଣ ପାନୀୟ ଜଳ ଟ୍ୟାଙ୍କରରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.