Latest Odisha News

ଭାରତର ଏକମାତ୍ର ରାଜ୍ୟ ଭାବେ ବିନା ବିରୋଧୀରେ ଚାଲିବ ନାଗାଲାଣ୍ଡ ସରକାର

କୋହିମା:ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡରେ ବିନା ବିରୋଧୀରେ ସରକାର ଚାଲିବ । ସରକାର ଏବଂ ବିରୋଧୀ ଦଳର ମିଳିତ ବୈଠକ ପରେ ଏହି ସରକାରର ନାମ ଡେମୋକ୍ରାଟିକ ଆଲାଏନ୍ସ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଏ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି, ଏନଡିପିପି, ବିଜେପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି ।

ନାଗା ପିପୁଲ୍ସ ଫ୍ରଂଟ ବିଧାନସଭାରେ କୌଣସି ସର୍ତ ବିନା ସରକାର ଗଠନ ପାଇଁ ଜୁଲାଇ ୧୯ରେ ପ୍ରସ୍ତାବ ଆଗତ କରିଥିଲେ । ବିଜେପି ପ୍ରଥମେ ଏହାକୁ ବିରୋଧ କରୁଥିଲେ ମଧ୍ୟ ପରେ ମୁଖ୍ୟମନ୍ତ୍ରୀ ରିଓ ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲେ ।

Leave A Reply

Your email address will not be published.