Latest Odisha News

BREAKING NEWS

ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗାବୁଡି, ୨ ନିଖୋଜ

ପାରାଦୀପ: ଓଲଟିପଡିଲା ମାଛଧରା ଡଙ୍ଗା । ପ୍ରଖର ସୁଅରେ ଭାସିଯାଉଥିଲେ ୭ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି । ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

ଗତ ଦୁଇଦିନ ତଳେ ମା’ ରାମଚଣ୍ଡୀ-୯୮ ନାମକ ଏକ ବୋଟରେ ୭ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଆଜି କୂଳକୁ ଫେରୁଥିବା ସମୟରେ ସମୁଦ୍ରର ପ୍ରଖର ସୁଅ ଆଗରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ବୋଟରେ ଥିବା ୭ଜଣ ମତ୍ସ୍ୟଜୀବୀ ପାଣିରେ ଛିଟିକି ପଡିଥିଲେ । ପଛରୁ ଆସୁଥିବା ଅନ୍ୟ ଏକ ବୋଟ ୫ଜଣଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ନିଖୋଜ ଦୁଇ ଜଣ ମତ୍ସ୍ୟଜୀବୀ ଦାମଲ କାମରାଜୁ ଓ ସି.ଏଚ୍ ଦେଉଡଙ୍କୁ ଉଦ୍ଧାର କରିବା ପାଇଁ ମାଛଧରା ବୋଟ ଓ କୋଷ୍ଟଗାର୍ଡ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି ।

Leave A Reply

Your email address will not be published.