Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲକୁ ରାଜ୍ୟ କଂଗ୍ରେସର ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଧେୟକକୁ କଂଗ୍ରେସ ଦଳ ସଂସଦ ଭିତରେ ଓ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ।

ଏହି ଅବସରରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଉପସ୍ଥିତ ନେତୃବୃନ୍ଦ କେନ୍ଦ୍ର ବିଜେପି ସରକାରକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଏହି ବିଧେୟକ ଆଇନ ପରିଣତ ହେଲେ ଦେଶ ପ୍ରତି ବିପଦ ସୃଷ୍ଟି କରିବ ।

ଆଜିର ଏହି ବୈଠକରେ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.