Latest Odisha News

BREAKING NEWS

ଡିସେମ୍ବର ୧୫ରେ ରାଜଧାନୀରେ ‘ଏସବିଆଇ ଗ୍ରିନ ମାରାଥନ’ର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ପରିବେଶ ନିରନ୍ତରତାର ଭାବ ଏବଂ ଭବିଷ୍ୟତ ପିଢ଼ିର ଉନ୍ନତ ଜୀବନକୁ ପାଳନ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଗ୍ରିନ ମାରାଥନର ତୃତୀୟ ସଂସ୍କରଣ ସହ ଫେରିଛି । ବ୍ୟାଙ୍କର ଏହି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ ୨୦୧୯ ଡିସେମ୍ବର ୧୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

କଳିଙ୍ଗ ଷ୍ଟାଡିୟମରେ ସକାଳ ୫ଟା ରୁ ବ୍ୟାଙ୍କ ତରଫରୁ ୫କେ, ୧୦କେ, ୨୧କେ ଦୌଡ଼ ଆୟୋଜନ କରାଯିବ ।

ଏହି କାର୍ଯ୍ୟକ୍ରମ ଅବସରରେ ଦୂତି ଚାନ୍ଦ, ଏସିଆନ ୨୦୧୮ ରୌପ୍ୟ ପଦକ ବିଜୟିନୀ (୧୦୦ମିଟର ଓ ୨୦୦ ମିଟର ବର୍ଗ) ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ମୁଖ୍ୟ କୋଚ, ଓଡ଼ିଶା ମହିଳା ଫୁଟବଲ ଦଳ ଓ ଭାରତୀୟ ଜାତୀୟ ମହିଳା ଫୁଟବଲ ଟିମର ପୂର୍ବତନ ଅଧିନାୟିକା ଉପସ୍ଥିତ ରହିବେ ।

ଏସବିଆଇ ଗ୍ରିନ ମାରାଥନର ତୃତୀୟ ସଂସ୍କରଣ ୧୫ଟି ସହର ଯଥା ହାଇଦ୍ରାବାଦ, ଭୋପାଲ, ଅହମ୍ମଦାବାଦ, ପାଟନା, ଚେନ୍ନାଇ, ଜୟପୁର, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼ ଏବଂ ନୂଆଦିଲ୍ଲୀ ଦେଇ ଯାତ୍ରା କରିବ ।
ଏହାର ଉଦଘାଟନୀ ସମାରୋହରେ ନିକଟରେ ଲକ୍ଷନୋ ଠାରେ ଆୟୋଜନ କରାଯାଇଥିଲା ଏବଂ ପରବର୍ତି ସମୟରେ ଏହାକୁ ଗୌହ୍ୱାଟି, ଥିରୁବନନ୍ତପୂରମ ଓ ବାଙ୍ଗାଲୋରରେ ଆୟୋଜନ କରାଯାଇଛି ।

ଏହି ମରଥନରେ ଦୌଡ଼ାଳୀମାନଙ୍କ ଟି-ସାର୍ଟକୁ ୧୦୦% ରିସାଇକଲ ଉପକରଣରେ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.