Latest Odisha News

BREAKING NEWS

ସୁରକ୍ଷିତ ରହିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅଳଙ୍କାର: ମନ୍ଦିର ପ୍ରଶାସନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅଳଙ୍କାର ସଂରକ୍ଷିତ ରହିଛି ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ।

ସୂଚନା ଅନୁଯାୟୀ ଗତ ୨୭ ତାରିଖରେ ମହାପ୍ରଭୁଙ୍କ ନଗାର୍ଜୁନ ବେଶର ସାମଗ୍ରୀ ଭିତରୁ ସୋଲର ନିର୍ମିତ ଚନ୍ଦ୍ର ଓ ସୂର୍ଯ୍ୟ ଗାୟବ ଘଟଣାର ତଦନ୍ତ ପ୍ରଶାସନ ପକ୍ଷରୁ କରାଯାଇଛି।

ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ସୁରକ୍ଷିତ ରହିଛି। ଆଉ ଏହାକୁ ଶ୍ରୀମନ୍ଦିର ପରିସରରେରେ ଥିବା ନିଳାଦ୍ରୀ ବିହାର ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି।

ତେଣୁ ବେଶ ସାମଗ୍ରୀ ଗାୟବ ହେବା ଭଳି କିଛି ଘଟିନାହିଁ। ତେବେ ସୋଲର ନିର୍ମିତ ଚନ୍ଦ୍ର ସୂର୍ଯ୍ୟ ନେଇ ଯେଉଁ ଅଭିଯୋଗ ହୋଇଥିଲା ସେ ନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ।

ସୂଚନା ଅନୁଯାୟୀ ନଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ର ତାଲିକା ଶ୍ରୀମନ୍ଦିର କମାଣ୍ଡର ମୁଖ୍ୟ କାରିଗର ବସନ୍ତ ମହାରଣାଙ୍କୁ ଦେଇଥିଲେ। ଏହା ବ୍ୟତୀତ ନଗାର୍ଜୁନ ବେଶ ରେ ମହାପ୍ରଭୁଙ୍କ ଲାଗି ହେଉଥିବା ଚନ୍ଦ୍ର ସୂର୍ଯ୍ୟ ସୁବର୍ଣ୍ଣ ନିର୍ମିତ ଲାଗିଥାଏ।

ଏହା ସତ୍ତ୍ୱେ ମୁଖ୍ୟ କାରିଗର ସୋଲର ଦୁଇ ସେଟ ଚନ୍ଦ୍ର ଓ ସୂର୍ଯ୍ୟ ନିର୍ମାଣ କରିଥିଲେ। ବେଶ ପାଇଁ ସମସ୍ତ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିବା ପରେ ସୋଲର ନିର୍ମିତ ଦୁଇଟି ସେଟ ଚନ୍ଦ୍ର ଓ ସୂର୍ଯ୍ୟ ମୁଖ୍ୟ କାରିଗରଙ୍କୁ ଫେରାଇ ଦିଆଯାଇ ଥିଲା। ପରେ ସେଥି ମଧ୍ୟରୁ ଗୋଟିଏ ଭଣ୍ଡାର ମେକାପ ମଧୁସୂଦନ ମେକାପ ବ୍ୟକ୍ତିଗତ ଅନୁରୋଧ କରି ଏହି ବେଶ ସାମଗ୍ରୀକୁ ଭଣ୍ଡାର ଲୋକନାଥଙ୍କୁ ଲାଗି କରିବାକୁ କାରୀଗରଙ୍କ ଠାରୁ ନେଇଥିଲେ ବୋଲି ପ୍ରକାଶ କରିଛନ୍ତି।

ଆହୁରି ମଧ୍ୟ ଅନ୍ୟଟି ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ନୀଳମାଧବଙ୍କୁ ଲଗାଇଥିଲେ। ପରେ ସେହି ସାମଗ୍ରୀକୁ ଜଣେ ଲୋକଙ୍କ ମାଧ୍ୟମରେ ନିଜ ଘରକୁ ନେଉ ଥିଲେ। ପରେ ଏହା ଗଣମାଧ୍ୟମକୁ ଆସିବା ପରେ ବେଶ ଚର୍ଚ୍ଚା ହୋଇଥିଲା।

Leave A Reply

Your email address will not be published.