ମୁମ୍ବାଇ: ପୁଅ-ବୋହୂଙ୍କ ଛାଡ଼ପତ୍ର ନେଇ ଦକ୍ଷିଣୀ ସୁପରଷ୍ଟାର ନାଗାର୍ଜୁନ ଆଜି ମୁହଁ ଖୋଲିଛନ୍ତି । କେତେକ ଟିଭି ଚ୍ୟାନେଲ ଓ ୱେବ ଚ୍ୟାନେଲରେ ତାଙ୍କ ପୁଅ ନାଗା ଚୈତନ୍ୟ ଓ ବୋହୂ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ଖବର ପ୍ରଚାର ପ୍ରସାର କରିଥିଲେ । ହେଲେ ଏହାକୁ ନାଗାର୍ଜୁନ ମିଛ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହିତ ମନଗଢ଼ା ଖବର ପ୍ରସାର ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
ଖବର ଅନୁସାରେ, ନାଗାର୍ଜୁନ ଏକ ୱେବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ, ବୋହୂ ସାମନ୍ଥା ପ୍ରଥମେ ଛାଡ଼ପତ୍ର ଲାଗି ଆବେଦନ କରିଥିଲେ । ପୁଅ ସାମନ୍ଥାଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିଥିଲେ ହେଁ ମୋତେ ଓ ସାମାଜିକ ସମ୍ମାନକୁ ନେଇ ଚୈତନ୍ୟ ଚିନ୍ତିତ ଥିଲେ ବୋଲି ଖବର ପ୍ରାସାରିତ ହୋଇଥିଲା ।
— Nagarjuna Akkineni (@iamnagarjuna) October 2, 2021
ପରେ ଏହି ସାକ୍ଷାତକାର ଖବରକୁ ମିଛ ବୋଲି କହିଛନ୍ତି ନାଗାର୍ଜୁନ । ପୁଅ-ବୋହୂଙ୍କ ବିଚ୍ଛେଦ ନେଇ ମୋର ମତାମତ ଯେଉଁ ସୋସିଆଲ୍ ମିଡିଆ ଓ ଟିଭି ଚାନେଲରେ ପ୍ରକାଶ ପାଇଛି ତାହା ‘ଫେକ୍’ ଓ ‘ଆବସଲ୍ୟୁଟ୍ ନନସେନ୍ସ’ ବୋଲି ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ନାଗାର୍ଜୁନ। ସେ ଏଭଳି ସାକ୍ଷାତକାର କାହାକୁ ଦେଇ ନାହାନ୍ତି ବୋଲି କହିଛନ୍ତି ।
Comments are closed.