Latest Odisha News

BREAKING NEWS

କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପ୍ରଶ ପ୍ରକାଶ ପାଇସାରିଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କେତେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ଲଢ଼ୁଛନ୍ତି ସ୍ପଷ୍ଟ ହୋଇ ସାରିଛି । ଆଉ ଆଉ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ତାହାର ତାଲିକା ଜାରି କରିଛନ୍ତି ।

BjdElectrycity

ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ବିଜେଡି ଦଳରୁ ମୋଟ ୮୫୧ ଜଣ ଥିବା ବେଳେ, ବିଜେପି ପକ୍ଷରୁ ୮୪୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ସେହିପରି କଂଗ୍ରେସ ଦଳରୁ ୮୩୬ ଜୋନରେ ଦଳୀୟ ପ୍ରାର୍ଥୀ ଅଛନ୍ତି । ବହୁଜନ ସମାଜ ବାଦୀ ପାର୍ଟିରୁ ୧୫୯ ସିପିଆଇରୁ ୩୮, ସିପିଆଇ(ଏମ)ରୁ ୭୧ ଜଣ ଓ ଆମ ଆଦମୀ ପାର୍ଟିରୁ ୩୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି । ମୋଟ ଜିଲ୍ଲା ପରିଷଦ ଜୋନରୁ ୨୯୮ ଜଣ ସ୍ବାଧୀନ ପ୍ରାର୍ଥୀ ବି ନିର୍ବାଚନ ଲଢ଼ୁଛନ୍ତି । ଜିଲ୍ଲା ପରିଷଦ ପାଇଁ ମୋଟ ୩ ହଜାର ୪୦୭ ଜଣ ପ୍ରାର୍ଥୀ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.