Latest Odisha News

ଖୁବଶୀଘ୍ର ବିବାହ କରିବେ ନାଗାର୍ଜୁନଙ୍କ ପୁଅ ଅଖିଲ, ସରିଲା ନିର୍ବନ୍ଧ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ତଥା ନାଗା ଚୈତନ୍ୟଙ୍କ ଭାଇ ଅଖିଲ ଅକ୍କିନେନି ନିର୍ବନ୍ଧ କରିଛନ୍ତି। ଅଭିନେତା ନାଗାର୍ଜୁନ ବୋହୂ ଜୈନାବଙ୍କୁ ପରିବାରରେ ସ୍ୱାଗତ କରି ନିର୍ବନ୍ଧର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତେବେ ଏହାର କିଛି ମାସ ପୂର୍ବରୁ ନାଗା ଚୈତନ୍ୟ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଥିଲେ ଏବଂ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ନାଗାର୍ଜୁନ ସୋସିଆଲ ମିଡିଆରେ ପୁଅ ଅଖିଲ ଏବଂ ବୋହୂ ଜୈନାବଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ଆମେ ଏହ ନିର୍ବନ୍ଧରେ ବହୁତ ଖୁସି ଅଛୁ ଓ ଜୈନାବଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛୁ। ଆପଣମାନେ ଏହି ଦୁଇଜଣଙ୍କୁ ଶୁଭେଚ୍ଛା ଦେବା ସହ ଆଶୀର୍ବାଦ କରନ୍ତୁ।

ଅଖିଲ ଅକ୍କିନେନି ମଧ୍ଯ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ମୋ ଜୀବନସାଥୀ ପାଇ ଯାଇଛି ଏବଂ ଏହି ନିର୍ବନ୍ଧରେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି।

 

Comments are closed.