Latest Odisha News

BREAKING NEWS

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରର ୱେଲଟ୍ରିଟ୍ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଶୁକ୍ରବାର ରାତି ପ୍ରାୟ ୮ଟାରେ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଥିଲା । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ନିଆଁ କୋଭିଡ୍ ହସ୍ପିଟାଲର ଉପର ମହଲାର ଆଇସିୟୁରେ ଲାଗିଥିଲା ।

ନାଗପୁର ପୋଲିସ ଅନୁସାରେ, ହସ୍ପିଟାଲର ଆଇସିୟୁରେ ପ୍ରାୟ ୨୭ ଜଣ ରୋଗୀ ଥିଲେ । ସେମାନଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୋଲିସ କିଛି ସୂଚନା ଦେଇନି । ହସ୍ପିଟାଲରୁ ସମସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ନିଆଁ କେମିତି ଲାଗିଲା ତାର ତଦନ୍ତ ଚାଲିଛି ।

Leave A Reply

Your email address will not be published.