Latest Odisha News

BREAKING NEWS

ଦିନକରେ ସର୍ବାଧିକ ୧୩୭୪ କରୋନା ପଜିଟିଭ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ୧୩୭୪ ନୂଆ ଆକ୍ରାନ୍ତ ।

ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୮୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୬୨ଟି । ତନ୍ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୫୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩, ନୂଆପଡ଼ାରୁ ୧୩୫, ସମ୍ବଲପୁରରୁ ୭୭, ବରଗଡ଼ରୁ ୫୯, ଝାରସୁଗୁଡ଼ାରୁ ୫୨, କଟକରୁ ୫୧, ରାୟଗଡ଼ାରୁ ୪୭, କଳାହାଣ୍ଡିରୁ ୪୫, ଷ୍ଟେଟ୍ ପୁଲରୁ ୪୫, ପୁରୀରୁ ୪୪, ଅନୁଗୁଳରୁ ୩୩, ଭଦ୍ରକରୁ ୩୦, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୪, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବାଲେଶ୍ୱରରୁ ୧୭, ନୟାଗଡ଼ରୁ ୧୩, ବଲାଙ୍ଗିରୁ ୧୨, ଜଗତସିଂହପୁରରୁ ୯, କୋରାପୁଟରୁ ୮, ଦେବଗଡ଼ରୁ ୮, ଗଜପତିରୁ ୮, ଢେଙ୍କାନାଳ ୫, କେନ୍ଦ୍ରାପଡ଼ାରୁ ୪, ସୋନପୁରରୁ ୪, କନ୍ଧମାଳରୁ ୩ ଓ ବୌଦ୍ଧରୁ ୨ ଜଣ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୮ହଜାର ୧୮୨କୁ ବୃଦ୍ଧି ପାଇଛି। ସୁସ୍ଥ ହେଲେଣି ୩ ଲକ୍ଷ ୩୯ ହଜାର ୨୦୦ ଆକ୍ରାନ୍ତ। ଏବେ ରାଜ୍ୟରେ ୭୦୦୩ ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି।

Leave A Reply

Your email address will not be published.