Latest Odisha News

ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏ ଲକଡାଉନ ଲାଗୁ

ନାଗପୁର : କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ବଢୁଛି ଚିନ୍ତା । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁରରେ ସପ୍ତାହକ ପାଇଁ ଲାଗୁ ହୋଇଛି ଲକଡାଉନ । ଆସନ୍ତା ୧୫ରୁ ୨୧ ତାରିଖ ଯାଏ ନାଗପୁରରେ ଲକଡାଉନକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଏହି ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ ।

ମହାରାଷ୍ଟ୍ରରେ କରୋନା ଭୂତାଣୁ ବଢ଼ି ଚାଲିଥିବାରୁ ଅଧିକାଂଶ ସ୍ଥାନରେ ଲକଡାଉନ ଲାଗୁ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବରୁ ଘୋଷଣା କରିଥିଲେ । ଏବେ କେବଳ ନାଗପୁରରେ ଏହି ଉକଡାଉନକୁ କଡ଼ାକଡି ଭାବେ ପାଳନ କରାଯିବ । ସଂକ୍ରମଣ ପାଇଁ ପୂର୍ବରୁ ନାଗପୁରରେ ମାର୍ଚ୍ଚ ୧୪ ତାରିଖ ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା ।

ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଉପରେ କଟକଣା ଲାଗୁ କରିବା ନିଷ୍ପତ୍ତି ଛାଡ଼ି ଦେଇଛନ୍ତି ଉଦ୍ଧବ ସରକାର ।

Leave A Reply

Your email address will not be published.