Latest Odisha News

BREAKING NEWS

ଶିମିଳିପାଳରେ ଆଜି ବି ହେଲା ବର୍ଷା, ବିଭିନ୍ନ ସ୍ଥାନରେ ଲିଭିଲା ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳର ବର୍ଷା ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳରେ ନିଆଁ ଲିଭି ଯାଇଛି ।

ସୂଚନା ଅନୁଯାୟୀ, ଆଜି ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ, ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି କିଛିକିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ସମୁଦାୟ ଶିମିଳିପାଳ ଉତ୍ତର ଜୋନରେ ବର୍ଷା ହୋଇଛି ।  

ଯେପରି ଶିମିଳିପାଳର ଡାକ ଶୁଣିଛନ୍ତି ଇନ୍ଦ୍ର ଦେବ ଆଉ ନିଆଁ ଦାଉରୁ ରକ୍ଷା କରିଛନ୍ତି । ଶିମିଳିପାଳର ବହୁ ସ୍ଥାନରେ ନିଆଁ ଲିଭିଯାଇଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ କରଞ୍ଚିଆ ରେଞ୍ଜରେ ବର୍ଷା ହୋଇଥିଲା ।

ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ହେଲାଣି ଶିମିଳିପାଳରେ ନିଆଁ ଲାଗି କମିବାର ନାଁ ଧରୁନଥିଲା । ପ୍ରଶାସନର ସମସ୍ତ ଚେଷ୍ଟା ନିଆଁ ଲିଭାଇବାରେ ପର୍ଯ୍ୟାପ୍ତ ହୋଇନଥିଲା । ଅଭୟାରଣ୍ୟରେ ଲାଗିଥିବା ନିଆଁର ସମୀକ୍ଷା ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଶିମିଳିପାଳ ଯାଇ ସେମାନେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.