Latest Odisha News

BREAKING NEWS

ଘରେ ଡାଇନୋସର ଥିବା ଟ୍ୱିଟ କରି ଜଣାଇଲେ ଅନୁଷ୍କା: ଉଦ୍ଧାର କରିବାକୁ ଅନୁମତି ମାଗିଲେ ନାଗପୁର ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ଘରେ ଡାଇନୋସର! ଆଶ୍ଚର୍ଯ୍ୟ ହୋଇଗଲେ କି? ତାହେଲେ ଜାଣନ୍ତୁ ପ୍ରକୃତ କଥାଟି କ’ଣ?

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସ୍ୱାମୀ ବିରାଟଙ୍କୁ ଏକ ଡାଇନୋସର ବୋଲି କହିଛନ୍ତି । ଏହି ଭିଡ଼ିଓରେ ବିରାଟ ଡାଇନୋସର ଭଳି ଚାଲି ଚାଲି ଆସି ବକ ଅଦ୍ଭୁତ ସ୍ୱର ବାହାର କରୁଛନ୍ତି ।

କିଛି ସମୟ ମଧ୍ୟରେ ଏହି ଭିଡ଼ିଓଟି ଭାଇରାଲ ହୋଇ ଯାଇଛି । ଅନୁଷ୍କାଙ୍କ ଏହି ଭାଇରାଲ ଭିଡିଓ ନାଗପୁର ପୋଲିସ ମଧ୍ୟ ଏକ ମଜାଳିଆ କମେଣ୍ଟ ଦେଇଛନ୍ତି। ନାଗପୁର ପୋଲିସ ସେମାନଙ୍କ ଅଫିସିଆଲ ଟ୍ୱିଟରୁ ଟୁଇଟ୍ କରି ଲେଖିଛନ୍ତି ଯେ “ଏହାକୁ ଉଦ୍ଧାର କରିବା ପାଇଁ ଆମେ ଉଦ୍ଧାରକାରୀ ଦଳ ପଠାଇବୁ କି”?

Comments are closed.