Latest Odisha News

BREAKING NEWS

କେମିତି ମେଣ୍ଟିବ ପର୍ଯ୍ୟଟକଙ୍କ ଶୋଷ: ଶୁଖିବାକୁ ବସିଲାଣି ନୈନି ହ୍ରଦ…

ଡେରାଡୁନ୍: ଧିରେ ଧିରେ ଶୁଖିବାକୁ ବସିଲାଣି ନୈନି ହ୍ରଦ । ଆଉ ମାତ୍ର ୪.୭ ଫିଟ୍ ରହିଛି ଜଳ । ଦେବଭୂମି ଉତ୍ତରାଖଣ୍ଡରେ ଥିବା ନୈନିତାଲ ବିଶ୍ବ ପ୍ରସିଦ୍ଧ । ବର୍ତ୍ତମାନ ସେଠି ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ନୈନିତାଲର ହୃଦୟ ତଥା ପ୍ରମୁଖ କୁହାଯାଉଥିବା ନୈନି ହ୍ରଦ ଏବେ ଶୁଖିବାକୁ ଆରମ୍ଭ କଲାଣି । ଯାହାକୁ ନେଇ ଚିନ୍ତା ବଢିଛି । କେମିତି ମେଣ୍ଟିବ ନୈନିତାଲବାସୀଙ୍କ ଶୋଷ ? ଆଉ ବେଶୀ ଚିନ୍ତା ବିମୁଖ ହେବେନି ତ ପର୍ଯ୍ୟଟକ?

ତେବେ ନୈନିତାଲର ଲାଇଫ୍ ଲାଇନ୍ ଭାବରେ ପରିଗଣିତ ନୈନି ହ୍ରଦର ଜଳ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ବର୍ତ୍ତମାନ ନୈନି ହ୍ରଦର ଜଳ ସ୍ତର ମାତ୍ର ୪.୭ ଫୁଟ ରହିଛି, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ  । ଏଠାରେ ତୁଷାରପାତର କ୍ରମାଗତ ହ୍ରାସ ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା, ତଥାପି ମୌସୁମୀ ବର୍ଷା ଏହାର ଅଭାବ ଭରିଥିବା ବେଳେ ହ୍ରଦର ଜଳ ସ୍ତର ୧୨ ଫୁଟକୁ ବୃଦ୍ଧି ପାଇଥିଲା ।

ହେଲେ ଏବେ ପୁଣି ସମାନ ସ୍ଥିତି ଉପୁଜିଛି । ଯାହାକୁ ନେଇ ସ୍ଥାନୀୟ ଲୋକ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏବେ ଚିନ୍ତାରେ ପଡିଛନ୍ତି । ଏହି ଚିନ୍ତା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି, କାରଣ ପର୍ଯ୍ୟଟନ ଋତୁ ଏଠାରେ ଆରମ୍ଭ ହେବାକୁ ଯାଉଛି । ଆଉ କିଛିଟା ଦିନ ଭିତରେ ଏହି ପର୍ଯ୍ୟଟକଙ୍କ ଭିଡ ଲାଗିବାକୁ ଥିବା ବେଳେ ଏବେଠୁ ନୈନିତାଲ ମୁହାଁ ହେଲେଣି ପର୍ଯ୍ୟଟକ । ଆଉ ଏପଟେ ସମାନ ସମୟରେ ନୈନି ହ୍ରଦର ଜଳ ହ୍ରାସ ପାଇବା ପର୍ଯ୍ୟଟକଙ୍କୁ ନିରାଶ କରିପାରେ । ଯାହା ସିଧାସଳଖ ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ ।

ତେବେ କୁହାଯାଉଛି, ଚଳିତ ବର୍ଷ ଶୀତଦିନେ ତୁଷାରପାତ ହ୍ରାସ ପାଇଛି । ଫଳରେ ଏଭଳି ସ୍ଥିତି ଉପୁଜିଛି । ଯଦି ପ୍ରକୃତ ଅର୍ଥରେ ଦେଖାଯାଏ, ୯ ଡିସେମ୍ବର ଏବଂ ୧୨ ଜାନୁଆରୀରେ କେବଳ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ହିଁ ଏଠାରେ ତୁଷାରପାତ ହୋଇଥିଲା । ଯାହା ଏବେ ଜଳ ସମସ୍ୟାକୁ ଉତ୍କଟ କରିଛି । ଆଉ ସେଠିକା ପାଣିପାଗ ବିଭାଗ ଅନୁଯାୟୀ, ସେଠି ଏବେ ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛି ସରକାର । ଏଭଳି ପରିସ୍ଥିତିରେ ହ୍ରଦରେ ଜଳର ଅଭାବ ପର୍ଯ୍ୟଟକଙ୍କ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ସୃଷ୍ଟି କରିଛି ।

Leave A Reply

Your email address will not be published.