Latest Odisha News

BREAKING NEWS

୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ମହିଳା, କ’ଣ ଫାଇଦା ମିଳୁଛି ଜାଣନ୍ତୁ

ଇଂଲଣ୍ଡ: ସକାଳେ ଓ ସନ୍ଧ୍ୟାରେ ଘାସ ଉପରେ ଖାଲି ପାଦରେ ଚାଲିବାକୁ ଡ଼ାକ୍ତରମାନେ ପରାମର୍ଶ ଦିଅନ୍ତି । ଏହାଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏପରି ଜଣେ ମହିଳା ଅଛନ୍ତି, ଯିଏ ୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି । ଜୋତା ଏବଂ ଚପଲ ପିନ୍ଧିବା ବନ୍ଦ କରି ଦେବାରୁ ତାଙ୍କର କ’ଣ ସବୁ ଫାଇଦା ହୋଇଛି , ସେନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଇଂଲଣ୍ଡର ଚେମ୍‌ସଫୋର୍ଡ ଏସେକ୍ସର ବାସିନ୍ଦା କ୍ୟାଟ୍ରିନା ଶେନଷ୍ଟନ୍ । ୭ ବର୍ଷ ପୂର୍ବେ ସେ ଭାରତ ଆସିଥିଲେ । ଏଠାରେ ସେ କିଛି ଲୋକଙ୍କୁ ଭେଟିଥିଲେ ଓ ଅନେକଙ୍କଠାରୁ ନିଜ ରୋଗ ବିଷୟରେ ଟିପ୍‌ସ ମାଗିଥିଲେ । ସବୁ ଟିପ୍‌ସକୁ ମିଶାଇବା ପରେ ସ୍ଥିର କଲେ ଯେ ସେ କଦାପି ଜୋତା ଏବଂ ଚପଲ ପିନ୍ଧିବେ ନାହିଁ । ଏମିତି କି ଜିମରେ ମଧ୍ୟ ନୁହେଁ । ସେ ଖାଲି ପାଦରେ କୌଣସି ସ୍ଥାନକୁ ଗଲେ ଲୋକେ ଥଟ୍ଟା କରନ୍ତି । ଜୋତା ଉପହାର ଦେବେ ବୋଲି ସାଙ୍ଗସାଥୀ କୁହନ୍ତି । ଏହି ନିଷ୍ପତ୍ତି ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ବୋଲି ସେ କୁହନ୍ତିି । କ୍ୟାଟ୍ରିନା କହିଛନ୍ତି ଯେ, ପୂର୍ବରୁ ତାଙ୍କୁ ସବୁବେଳେ ଥକ୍କା ଲାଗୁଥିଲା । ଗଣ୍ଠିରେ ଯନ୍ତ୍ରଣା ହେଉଥିଲା । ସବୁବେଳେ ଅସୁସ୍ଥ ଥିବା ସେ ଅନୁଭବ କରୁଥିଲେ । ଯେବେଠାରୁ ଜୋତା ପିନ୍ଧିବା ଛାଡ଼ି ଦେଇଛନ୍ତି ,ସେବେଠାରୁ ଆଣ୍ଠୁରେ କୌଣସି ଯନ୍ତ୍ରଣା ନାହିଁ । ସବୁବେଳେ ଆକ୍ଟିଭ୍ ରହୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଥଣ୍ଡା କି ଜ୍ୱର ମଧ୍ୟ ହୋଇନାହିଁ । ଜିମ୍‌ରେ କ୍ରୀଡା ଜୋତା ପିନ୍ଧିବାକୁ ବାଧ୍ୟ କରିବାରୁ ସେ ଜିମ୍ ଯିବା ବି ଛାଡ଼ି ଦେଲେ ।

ଏବେ କ୍ୟାଟ୍ରିନା ବ୍ରିଟେନର ଅନ୍ୟ ଲୋକଙ୍କୁ ମଧ୍ୟ ଏପରି କରିବାକୁ ପ୍ରେରଣା ଯୋଗାଉଛନ୍ତି । ଅଧିକରୁ ଅଧିକ ଲୋକ ଜୋତା ନ ପିନ୍ଧିବାର ଫାଇଦା ବିଷୟରେ ବୁଝିବା ଦରକାର ବୋଲି ସେ କହିଛନ୍ତି । ମୋଟ ଉପରେ ଏବେ କ୍ୟାଟ୍ରିନା ଅନେକ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ହେଲ୍‌ଥ ମେଣ୍ଟର ।

Comments are closed.