Latest Odisha News

‘ତୋତେ ଗାଁକୁ ପଠାଇଦେବି,ତୋ କେଶ କାଟିଦେବି’ ଏମିତି କହି ପଲକଙ୍କୁ ଧମକ ଦିଅନ୍ତି ଶ୍ୱେତା

ମୁମ୍ବାଇ: ଉଭୟ ବଡ଼ ଏବଂ ଛୋଟ ପରଦାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ବଡ ପରଦାରେ ହିଟ୍ ହୋଇ ନ ଥିଲେ ମଧ୍ୟ ଛୋଟ ପରଦାରେ ଜଣେ ପ୍ରମୁଖ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଶ୍ୱେତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଅଭିନୟ ଦୁନିଆରେ ପ୍ରବେଶ କରିଛନ୍ତି । ନିକଟରେ ରିଲିଜ୍ ହୋଇ ସାରିଥିବା ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ\’ ରେ ବଲିଉଡରେ ଡେବ୍ୟୁ କରିଥିଲେ ।

ପଲକ ତାଙ୍କ ପିଲା ଦିନର କଥା ଓ କିଶୋର ଅବସ୍ଥାରେ ଡେଟିଂ ବନ୍ଦ କରିବାକୁ ତାଙ୍କ ମାଆ କିପରି ଆକଟ କରୁଥିଲେ ସେ ବିଷୟରେ ସେୟାର କରିଛନ୍ତି । ପଲକ କହିଛନ୍ତି ଯେ, ପିଲାଦିନର କଥା ମନେ ପଡ଼ିଲେ ହସ ଲାଗେ । କିଶୋର ଅବସ୍ଥାରେ ଏକ ପୁଅ ସହିତ ଡେଟରେ ଯିବାକୁ ପଡୁଥିଲା । ସେଥିଲାଗି ବହୁବାର ମା’ଙ୍କୁ ମିଛ କହି ଯାଉଥିଲି । ହେଲେ ମାଆ ମୋତେ ଧରି ଦେଉଥିଲେ । ମୁଁ ବହୁତ ମିଛ କୁହେ ଓ ପରବର୍ତ୍ତୀ ସମୟରେ ଧରା ପଡ଼ିଯାଏ । ମୁଁ ମୋ ବୟଫ୍ରେଣ୍ଡ ସହିତ ମଲ ବୁଲି ଯିବାକୁ ପସନ୍ଦ କରେ । ହେଲେ ମାଆ ମୋତେ ଛାଡ଼ନ୍ତି ନାହିଁ । ତେଣୁ ମୁଁ ତଳକୁ ଖେଳିବାକୁ ଯାଉଛି କହି ବୟଫ୍ରେଣ୍ଡ ସହ ମଲ ବୁଲିବାକୁ ପଳାଏ । ମାଆ ଯେତେବେଳେ ଜାଣିଲେ ଯେ, ମୁଁ ତଳକୁ ଖେଳିବାକୁ ନୁହେଁ ମଲ ଯାଉଛି ସେତେବେଳେ ବହୁତ ରାଗିଲେ । ମୁଁ ତୋତେ ଗାଁକୁ ପଠାଇଦେବି, ଆଉ ତୋ କେଶ କାଟିଦେବି କହି ସବୁବେଳେ ଧମକ ଦିଅନ୍ତି ମାଆ । ଏହି ଧମକ ଶୁଣିଲେ ମୁଁ ବହୁତ ଡ଼ରିଯାଏ ।

କେବଳ ସେତିକି ନୁହେଁ, ଦୁଃଖ କଷ୍ଟରେ ଥିଲେ ବି କେମିତି ଆଗକୁ ବଢିବାକୁ ପଡ଼େ ତାହା ମୁଁ ତାଙ୍କଠାରୁ ଶିଖିଛି । ସେ ଏକାକି ମୋତେ ବହୁତ କଷ୍ଟରେ ବଡ଼ କରିଛନ୍ତି । ଆଜି ମୁଁ ଯେଉଁଠି ପହଞ୍ôଚଛି କେବଳ ମୋ ମାଆ ପାଇଁ ବୋଲି କହିଛନ୍ତି ପଲକ ।

ପଲକ ଏବେ ସୈଫଅଲ୍ଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନଙ୍କୁ ଡ଼େଟ କରୁଛନ୍ତି । ବିଭିନ୍ନ ଇଭେଣ୍ଟ ଏବଂ ପାର୍ଟିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି ।

Leave A Reply

Your email address will not be published.