Latest Odisha News

BREAKING NEWS

୩ ବର୍ଷ ପରେ ଫେରିଲା ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର: ୩ ବର୍ଷ ପରେ ଫେରିଛି ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟ । କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଏହା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ଟେନିସ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଉଦଘାଟନର ଉତ୍ସବରେ କ୍ରୀଡା ଓ ଯୁବ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭିନିଲ କ୍ରିଷ୍ଣା, ବଲୱନ୍ତ ସିଂ, ଓଏମସିର ମ୍ୟାନେଜିଂ ଡାଇରେକ୍ଟର ରମେଶ ଚନ୍ଦ୍ର ଯୋଶୀ ସମେତ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ଓ ଶାସ୍ୱତ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ୪.୩୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ରଖାଯାଇଛି ।

୧୪ ବର୍ଷରୁ କମ ବାଳକ,ବାଳିକା ବିଭାଗ ସମେତ ୧୮ ବର୍ଷରୁ କମ, ପୁରୁଷ ଓପନ(ସିଙ୍ଗଲ୍ସ, ଡବଲ୍ସ), ମହିଳା ଓପନ(ସିଙ୍ଗଲ୍ସ, ଡବଲ୍ସ), ପୁରୁଷ ଭେଟେରାନ ୪୦ ବର୍ଷରୁ ଊର୍ଦ୍ଧ୍ୱ, ୫୦ ବର୍ଷରୁ ଊର୍ଦ୍ଧ୍ୱ ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବିଭାଗରେ ମୁକାବିଲା ଆୟୋଜିତ ହେବ । ଦୀର୍ଘ ଦିନର ବିରତି ପରେ ଏହି ଟୁର୍ଣ୍ଣାମେଂଟ ପ୍ରତ୍ୟାବର୍ତନ କରିଥିବାରୁ ନିଶ୍ଚିତ ଭାବେ ସଫଳ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.