Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରର ନୂଆ ଡିଜିପି ଭାବେ ନଳିନ ପ୍ରଭାତ ନିଯୁକ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ନୂତନ ଡିଜିପି ଭାବେ ନିଯୁକ୍ତ ହେଲେ ନଳିନ ପ୍ରଭାତ।

ଅକ୍ଟୋବର ୧ ତାରିଖରୁ ଜମ୍ମୁ-କାଶ୍ମୀରର ନୂତନ ଡିଜିପି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିବେ।

ସୂଚନା ଅନୁଯାୟୀ ୧୯୯୨ର ଆଇପିଏସ୍ ଅଧିକାରୀ ନଳିନ ପ୍ରଭାତଙ୍କୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶକ ଜେନେରାଲ୍ (SDG) ଭାବରେ ମୁତୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ ଆନ୍ଧ୍ର ପ୍ରଦେଶ କ୍ୟାଡରର ୧୯୯୨ ଆଇପିଏସ୍ ଅଧିକାରୀ ନଳିନଙ୍କୁ ତତ୍କାଳ ପ୍ରଭାବରେ ଜମ୍ମୁ-କାଶ୍ମୀର ପଠା ଯାଉଛି।

ତେବେ ସେ ସେପ୍ଟେମ୍ବରରେ ୩୦ ଆର୍ ଆର୍ ସ୍ବେନଙ୍କ ଅବସର ପରେ ଏହି ଦାୟିତ୍ୱ ଗ୍ରହଣ କରିବେ।

 

 

Comments are closed.