Latest Odisha News

BREAKING NEWS

ପଢନ୍ତୁ ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥ ଉପରେ ହୋଇଥାଏ ଶ୍ରୀଜିଉମାନଙ୍କର ସୁନାବେଶ । ଏହାକୁ ରାଜାରାଜେଶ୍ୱର ବେଶ ବି କୁହାଯାଏ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ବିଗ୍ରହ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତିନି ଠାକୁର । ଆସନ୍ତୁ ଜାଣିବା କେଉଁ ସବୁ ଅଳଙ୍କାର ପରିଧାନ କରନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର ।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର

ଶ୍ରୀପୟର ବା ପାଦ, କିରିଟ, ଶ୍ରୀଭୁଜ ବା ହାତ, କମରପଟି, ତ୍ରିଖଣ୍ଡିକା, ଚନ୍ଦ୍ରସୂର୍ଯ୍ୟ, ଝୋବାକଣ୍ଠି
କୁଣ୍ଡଳ, ଓଢ଼ିଆଣୀ ବା କାନଫୁଲ, ହଳ ଓ ମୂଷଳ, ଆଡକାନୀ, ତିଳକ, ଚନ୍ଦ୍ରିକା, ଅଳକା
ଘାଗଡ଼ା ମାଳି, କଦମ୍ବ ମାଳି, ବାଘନଖ ମାଳି, ବାହାଡ଼ା ମାଳି, ସେବତୀ ମାଳି

ଦେବୀ ସୁଭଦ୍ରଙ୍କ ଅଳଙ୍କାର

କିରିଟ, କାନ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି
କଦମ୍ବ ମାଳି, ଘାଗଡ଼ା ମାଳି, ତଗଡ଼ି ୨ଟି

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର

ଶ୍ରୀପୟର, କିରିଟ, ଶ୍ରୀଭୁଜ, ଓଢ଼ିଆଣୀ, କମରପଟି, ଚନ୍ଦ୍ରସୂର୍ଯ୍ୟ, ଚନ୍ଦ୍ରିକା
ସୁନା ଚକ୍ର ଓ ରୁପା ଶଙ୍ଖ, ଆଡକାନି, ଘାଗଡ଼ା ମାଳି, ତାବିଜ ମାଳି, ତିଳକ
କଦମ୍ବ ମାଳି, ବାହାଡା ମାଳି, ଝୋବାକଣ୍ଠି, ତ୍ରିଖଣ୍ଡିକା, ଅଳକା, ସେବତୀ ମାଳି

Leave A Reply

Your email address will not be published.