Latest Odisha News

ଭୟଙ୍କର ଖାଦ୍ୟ ସଙ୍କଟ; ଜୀବଜନ୍ତୁ ମାରି ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମିବିଆରେ ଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ସବୁଠାରୁ ଦୟନୀୟ ସ୍ଥିତି ଉପୁଜିଛି। ଭୟଙ୍କର ମରୁଡ଼ି ଯୋଗୁ ଏଠାରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିଛି।

ଏହି ଦେଶର ନାଗରିକମାନେ ଦିନକୁ ଦୁଇଥର ଖାଇବାକୁ ପାଉ ନାହାଁନ୍ତି। ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ପାଣି ପିଇବାକୁ ମଧ୍ଯ ମିଳୁ ନାହିଁ। ଏପଟେ ସରକାରଙ୍କ ପାଖରେ କୌଣସି ଉପାୟ ନାହିଁ। ଫଳରେ ଜୀବଜନ୍ତୁ ମାରି ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ନାମିବିଆ ସରକାର ଲୋକଙ୍କୁ ଖାଦ୍ୟ ପାଇଁ ହାତୀ ଏବଂ ଗଣ୍ଡା ସମେତ ୭୦୦ ରୁ ଅଧିକ ବନ୍ୟଜନ୍ତୁକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏହି ପଶୁମାନଙ୍କଠାରୁ ମିଳିଥିବା ମାଂସକୁ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଅଧିକାଂଶ ଅଂଶ ମରୁଡ଼ି ଦ୍ୱାରା ପ୍ରଭାବିତ ହେଉଛି। ଜୁନ୍ ମାସରେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅନୁଯାୟୀ, ସମଗ୍ର ଅଞ୍ଚଳରେ ୩୦ ନିୟୁତରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ହାତୀ ବ୍ୟତୀତ ଦେଶ ମଧ୍ୟ ୩୦୦ ଜେବ୍ରା, ୩୦ଟି ଗଣ୍ଡା, ୫୦ଟି ଇମ୍ପାଲା, ୬୦ଟି ମଇଁଷି, ୧୦୦ଟି ବ୍ଲୁ ୱାଇଲ୍ଡ ବିଷ୍ଟ ଏବଂ ୧୦୦ଟି ହରିଣକୁ ହତ୍ଯା କରିବାକୁ ଯୋଜନା ରହିଛି। ଗତ ସପ୍ତାହରେ ଜାତିସଂଘର ମୁଖପାତ୍ର କହିଛନ୍ତି ଯେ ନାମିବିଆର ୮୪ ପ୍ରତିଶତ ଖାଦ୍ୟ ସମ୍ବଳ ସରିଯାଇଛି।

 

Comments are closed.