Latest Odisha News

BREAKING NEWS

ଡିସେମ୍ବର ୨୫ ଓ ଜାନୁଆରୀ ପହିଲାରେ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ବର: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାବେଳେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳୁଛି । ଏହି ପ୍ରରିପେକ୍ଷୀରେ ନନ୍ଦମକାନନ ରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ପରିଲିକ୍ଷିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବରୁ ପ୍ରତି ସୋମବାର ନନ୍ଦନକାନନର ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହୁଥିଲା କିନ୍ତୁ ଏବେ ଭିଡ କୁ ଦେଖି ଡିସେମ୍ବର ୨୫ ଓ ଜାନୁଆରୀ ୧ ତାରିଖ ଦିନ ସୋମବାର ପଡ଼ୁଥିବାରୁ ଉକ୍ତ ଦିନ ନନ୍ଦନକାନନ ଖୋଲା ରହିବା ନେଇ ନିଷ୍ପତ୍ତି ହୋଇଛି ।

ଭିଡ କୁ ନଜରରେ ରଖି ଅନେକ ବ୍ୟବସ୍ଥା ହୋଇଛି ଯେପରି ଟିକେଟ କାଉଣ୍ଟରରେ ଭିଡ କମାଇବାକୁ ପର୍ଯ୍ୟଟକ ମାନେ ଅନଲାଇନ ଟିକେଟ କରିପାରିବେ ଏହା ସହ ଅସ୍ଥାୟୀ ଟିକେଟ କାଉଣ୍ଟର ଖୋଲାଯିବ । ଯେପରି ପର୍ଯ୍ୟଟକ ମାନେ କୌଣସି ଚୋରୀ ଓ ହିଂସା ର ଶିକାର ନ ହୁଅନ୍ତି ସେନେଇ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ ।

ତେବେ ପ୍ରାଣୀଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେ ର ମଜା ନେବେ ପର୍ଯ୍ୟଟକମାନେ । ରୋପଓ୍ବେ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ରାଜ୍ୟଉଦ୍ଭିଦ (ବଟାନୀକାଲ ଗାର୍ଡେନ) ଉଦ୍ୟାନରୁ ପ୍ରାଣୀଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେ କାଞ୍ଜିଆହ୍ରଦ ଉପର ଦେଇଯାଇଛି ଏହା ଦ୍ବାରା ପର୍ଯ୍ୟଟକମାନେ କାଞ୍ଜିଆହ୍ରଦ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ । ତେବେ ନିକଟରେ ପ୍ରାଣୀଉଦ୍ୟାନରେ 2 ଟି ହଳଦିଆ ଆନାକୋଣ୍ଡାଙ୍କର ମୃତ୍ୟୁ ଘଟିଥିବା କାରଣରୁ ଚଳିତବର୍ଷ କମ୍ ସଂଖ୍ୟକ ଆନାକୋଣ୍ଡା ଦେଖିବେ ପର୍ଯ୍ୟଟକ ।

Comments are closed.