Latest Odisha News

BREAKING NEWS

Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ୩୯,୭୬,୬୧୫ ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ। ତେବେ ଆସିଥିବା ପର୍ଯ୍ୟଟକମାନଙ୍କ ଠାରୁ ବିଭିନ୍ନ ଉତ୍ସରୁ ମୋଟ ୨୬.୩୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହା ନନ୍ଦନକାନନର ଇତିହାସରେ ସମସ୍ତ ଆର୍ଥିକ ବର୍ଷର ରେକର୍ଡ ଭଙ୍ଗ କରିଛି ଓ ନୂତନ ରେକର୍ଡ ସୃଷ୍ଟି କରିଛି ।

କର୍ତ୍ତୁପକ୍ଷଙ୍କ ତଥ୍ୟ ମୁତାବକ, ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ୩୭,୯୬,୩୪୧ ଜଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି। ୧,୮୦,୨୭୪ ଜଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଏମାନଙ୍କ ମଧ୍ୟରେ ବୟସ୍କ ପର୍ଯ୍ୟଟକ ୩୩,୪୮,୯୩୩ ଜଣ, ଶିଶୁ ୬,୨୬,୬୪୬ ଜଣ, ବିଦେଶୀ ପର୍ଯ୍ୟଟକ ୧,୦୩୬ ଜଣ।

ସୂଚନାଥାଉକି, କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ଆଦାୟ ହୋଇଥିବା ରାଜସ୍ୱ ମଧ୍ୟରେ ପର୍ଯ୍ୟଟକ ପ୍ରବେଶ ଶୁଳ୍କ, ପାର୍କିଂ, କ୍ୟାମେରା ଫି’ ଇତ୍ୟାଦିରୁ ୧୬.୨୭ କୋଟି ଟଙ୍କା ରହିଥିବାବେଳେ ଆଉଟସୋର୍ସିଂ ବା ବାହ୍ୟ ସୁବିଧାରୁ ୯.୮୧ କୋଟି ଟଙ୍କା ରହିଛି । ପ୍ରାଣୀ ପୋଷ୍ୟଗ୍ରହଣ ବାବଦରୁ ୦.୨୩ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି ।

Leave A Reply

Your email address will not be published.