Latest Odisha News

BREAKING NEWS

# ‘ମି-ଠୁ’: ଯତୀନ ଦାସଙ୍କ ବିରୋଧରେ ଅଭିଯୋଗ, ମୁହଁ ଖୋଲିଲେ ଝିଅ ନନ୍ଦିତା

ମୁମ୍ବାଇ : ‘ମି-ଠୁ’ରେ ଯୋଡିହୋଇଯାଇଛି ପ୍ରସିଦ୍ଧ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାମ । ଏହି ଘଟଣାକୁ ନେଇ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଝିଅ ନନ୍ଦିତା ଦାସ ମୁହଁ ଖୋଲିଛନ୍ତି ।

ନନ୍ଦିତା ଆଜି ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ “‘ମି-ଠୁ’ ଅଭିଯାନ ଚାରିଆଡେ ଜୋର ଧରିଥିବା ବଳେ ମୋ ବାପାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ମୁଁ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜାରି ରଖିବି” ।

ଆହୁରି ମଧ୍ୟ ସେ କହିଛନ୍ତି ଯେ “ ମୁଁ ସବୁବେଳେ ଦୁର୍ବ୍ୟବହାର ତଥା ଯୌନ ଶୋଷଣର ଶିକାର ହେଉଥିବା ମହିଳା ମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡାହେବି କିନ୍ତୁ ମହିଳା ମାନେ ଯେତେବେଳେ କାହା ଉପରେ ଅଭିଯୋଗ କରୁଛନ୍ତି ସେନେଇ ସେମାନେ ସୁନିଶ୍ଚିତ ହେବା ନିହାତି ଆବଶ୍ୟକ । ଆରମ୍ଭରୁ ମୁଁ କହିଛି ଯେ ଏବେ ସମୟ ଆସିଛି ଯେ ସମସ୍ତଙ୍କ କଥା ଶୁଣିବା ପାଇଁ । ଫଳରେ ପ୍ରତ୍ୟେକ ଲୋକ ମୁହଁ ଖୋଲିବାକୁ ସୁରକ୍ଷିତ ଅନୁଭବ କରିବେ” ।

ଚିତ୍ରଶିଳ୍ପୀ ତଥା ପଦ୍ମ ଭୂଷଣ ବିଜେତା ପ୍ରାପ୍ତ ଏବଂ ପୂର୍ବତନ ସହକର୍ମୀ ନିଶା ବୋରା ଯତିନଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।

ଟ୍ୱିଟରରେ ଏକ ପୋଷ୍ଟ କରି ନିଶା ବୋରା ଉଲ୍ଲେଖ କରିଛନ୍ତି ଯେ ୨୦୦୪ରେ ଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସେ ଯତୀନ ଦାସଙ୍କ ସମ୍ପର୍କରେ ଆସିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ କାମର ପ୍ରଶଂସା କରିବା ସହିତ କାର୍ଯ୍ୟରେ କୁଶଳତା ଆଣିବା ପାଇଁ ସହାୟତା କରିଥିଲେ । ଏହାପରେ ନିଜ ଷ୍ଟୁଡିଓକୁ ଡାକି ତାଙ୍କ ପ୍ରତି ଅସଦାଚରଣ କରିଥିଲେ ।

ମୁଁ ଠିକ୍ ଭାବେ କହିପାରିବିନି ସେତେବେଳେ କେତେଟା ବାଜିଥିଲା, ମାତ୍ର ଦିନ ଥିଲା । ସେ ହ୍ୱିସ୍କି ବୋତଲ ଖୋଲି ନିଜେ ପିଇଲେ ଏବଂ ମୋତେ ମଧ୍ୟ ପିଇବାକୁ ଅନୁରୋଧ କଲେ, କିନ୍ତୁ ମୁଁ ମନା କରିଥିଲି । କିନ୍ତୁ ତା’ପରେ କ’ଣ ହୋଇଥିଲା ମୁଁ ଭଲ ଭାବେ ଜାଣିଥିଲି, ସେ ମୋ ଉପରକୁ ଲମ୍ଫ ପ୍ରଦାନ କଲେ । ମୁଁ ତାଙ୍କ ବାହୁ ବେଷ୍ଟନୀରୁ ବାହାରି ଯିବାକୁ ଖୁବ୍ ଚେଷ୍ଟା କରିଥିଲି ଏବଂ ସଫଳ ମଧ୍ୟ ହୋଇଥିଲି । ତା’ପରେ ସେ ପୁଣି ଥରେ ସେହିଭଳି କରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଲେ ।

କିନ୍ତୁ ଏଥର ସେ ମୋ ଓଠରେ ଦୃଢ ଚୁମ୍ବନ ପରେ ଚୁମ୍ବନ ଦେବାକୁ ସଫଳ ହୋଇପାରିଥିଲେ । ମୁଁ ଏବେବି ସେହି ଘଟଣାକଥା ଅନୁଭବ କରିପାରୁଛି, ତାଙ୍କର ପାଚିଲା ଦାଢି ମୋ ମୁହଁରେ ବାଜୁଥିଲା ।

ମୁଁ ତାଙ୍କୁ ଠେଲି ଦେଲି ଏବଂ ତାଙ୍କଠାରୁ ଚାଲିଆସିଲି । ସେହି ମୂହୁର୍ତ୍ତରେ ସେ କହୁଥିଲେ, ଆସ, ଖୁବ ମଜା ହେବ, ଆସ, ଏହିପରି କିଛି କହୁଥିବାର ମୋର ଠିକ୍ ମନେ ଅଛି ।

ସେହି ସମୟରେ ସଠିକ୍ ମନେ ପଡୁନି ମୁଁ କିପରି ଖସି ଆସିଥିଲି କିନ୍ତୁ ମୁଁ ତାଙ୍କୁ ପଛରୁ ଠେଲି ଦେବାର ଠିକ୍ ମନେ ରହିଛି” ।

ଏହି ଅଭିଯୋଗ ହେବାପରେ ଗଣମାଧ୍ୟମକୁ ସୂଚନା ଦେଇ ଯତୀନ କହିଛନ୍ତି ଯେ “ଆଜିକାଲି ଏଭଳି ଅଭିଯୋଗ କରିବା ଏକ ଖେଳ ପାଲଟି ଗଲାଣି । ମୋ ନାମରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ ଏବଂ ମୋ ବିରୋଧରେ ଅଭିଯୋଗ କରିଥିବା ମହିଳାଙ୍କୁ ମୁଁ ଜାଣିନାହିଁ କି କେବେ ଭେଟିନାହିଁ । ‘ମି-ଠୁ’ ଏକ ଭଲ ଅଭିଯାନ କିନ୍ତୁ କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ଏହାର ବ୍ୟବହାର କରୁଛନ୍ତି” ।

Leave A Reply

Your email address will not be published.