Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ଚମ୍ପାପୁର ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା

ପାରଳାଖେମୁଣ୍ଡି/ଭୁବନେଶ୍ୱର : ବାତ୍ୟା ତିତଲି ପ୍ରଭାବରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ ଲକ୍ଷ ଟଙ୍କାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଗଙ୍ଗବାଡ ପଞ୍ଚାୟତ ଚମ୍ପାପୁର ଗ୍ରାମରେ ଗଜପତି ଭୁସ୍ଖଳନରେ ପିଡିତ ପରିବାରଙ୍କ ପାଇଁ ଏହି ରାଶି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହି କ୍ଷତିପୂରଣ ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ଅବସରରେ ରାଜ୍ୟ ସରକାର ବରଗର ଗ୍ରାମବାସୀଙ୍କୁ ଜମି ଯୋଗାଇ ଦେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନିଜ ହାତରେ ଗଙ୍ଗାବାଡ ପଞ୍ଚାୟତର କିଛି ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ବାତ୍ୟା ତିତଲିରେ ଅନାଥ ହୋଇଥିବା ପିଲାମାନଙ୍କ ଦାୟିତ୍ୱ ବହନ କରିବେ ବୋଲି ସୂଚନା ମିଳିଛି । ଏଥିସହିତ ରାଜ୍ୟ ସରକାର ଅନାଥ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ଏବଂ ସେମାନଙ୍କୁ ପାଠ ପଢାଇବା ସହ ଆତ୍ମନିର୍ଭରଶୀଳ କରାଇବାରେ ସରକାର ସାହାର୍ଯ୍ୟ କରିବେ ବୋଲି ଜଣାପଡିଛି ।

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଏଥିସହିତ ଭଞ୍ଜନଗର ସମୀକ୍ଷା ପରେ ସମସ୍ତଙ୍କୁ ବିଜୁ ପକ୍କାଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ତୁରନ୍ତ ଏହି ଘୋଶଣାକୁ କାର୍ଯ୍ୟକାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ନେଇ ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.