କୋଲକାତା: ମୁଖତାର ଅବାସ ନକଭି ବେଙ୍ଗଲର ନୂତନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେପି ଏମପି ହଂସରାଜ ହଂସ ବେଙ୍ଗଲର ରାଜ୍ୟପାଳ ହେବା ନେଇ ନକଭିଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ସେ ଏହି ଟୁଇଟ ଡିଲିଟ କରି ଦେଇଥିଲେ । ଏହାକୁ ନେଇ ସେ ରାଜ୍ୟପାଳ ହେବାକୁ ଯାଉଛନ୍ତି ବୋଲି ପୂର୍ବାନୁମାନ କରାଯାଉଛି । ସୂଚନାଯୋଗ୍ୟ, ବେଙ୍ଗଲର ପୂର୍ବ ରାଜ୍ୟପାଳ ଜଗଦୀପ ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସ୍ଥାନରେ ନକଭିଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଛି । ନକଭିଙ୍କୁ ମଧ୍ୟ କିଛି ଦିନ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହା ଯାଇଥିଲା । ଏବେ ମଣିପୁରର ରାଜ୍ୟପାଳ ଲା ଗଣେଶନଙ୍କୁ ବେଙ୍ଗଲ ଦାୟିତ୍ୱ ସାମୟିକ ଭାବେ ପ୍ରଦାନ କରାଯାଇଛି । ବିଜେପି ଯଦି ନକଭିଙ୍କୁ ବେଙ୍ଗଲ ରାଜ୍ୟପାଳ କରେ ତାହାହେଲେ ଏହା ଆଉ ଏକ ମାଷ୍ଟର ଷ୍ଟ୍ରୋକ ହେବ ବୋଲି କୁହାଯାଉଛି ।
BREAKING NEWS
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- ଭାମଶୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ
- Nishikant Dubey: ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି
- ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ
- ମହାନଦୀରେ ଛଡ଼ାଗଲା ୧୨ଟି ଘଡ଼ିଆଳ, ୩୫ରେ ପହଞ୍ଚିଲା କୁମ୍ଭୀରଙ୍କ ସଂଖ୍ୟା
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
Comments are closed.