କୋଲକାତା: ମୁଖତାର ଅବାସ ନକଭି ବେଙ୍ଗଲର ନୂତନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେପି ଏମପି ହଂସରାଜ ହଂସ ବେଙ୍ଗଲର ରାଜ୍ୟପାଳ ହେବା ନେଇ ନକଭିଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ସେ ଏହି ଟୁଇଟ ଡିଲିଟ କରି ଦେଇଥିଲେ । ଏହାକୁ ନେଇ ସେ ରାଜ୍ୟପାଳ ହେବାକୁ ଯାଉଛନ୍ତି ବୋଲି ପୂର୍ବାନୁମାନ କରାଯାଉଛି । ସୂଚନାଯୋଗ୍ୟ, ବେଙ୍ଗଲର ପୂର୍ବ ରାଜ୍ୟପାଳ ଜଗଦୀପ ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସ୍ଥାନରେ ନକଭିଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଛି । ନକଭିଙ୍କୁ ମଧ୍ୟ କିଛି ଦିନ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହା ଯାଇଥିଲା । ଏବେ ମଣିପୁରର ରାଜ୍ୟପାଳ ଲା ଗଣେଶନଙ୍କୁ ବେଙ୍ଗଲ ଦାୟିତ୍ୱ ସାମୟିକ ଭାବେ ପ୍ରଦାନ କରାଯାଇଛି । ବିଜେପି ଯଦି ନକଭିଙ୍କୁ ବେଙ୍ଗଲ ରାଜ୍ୟପାଳ କରେ ତାହାହେଲେ ଏହା ଆଉ ଏକ ମାଷ୍ଟର ଷ୍ଟ୍ରୋକ ହେବ ବୋଲି କୁହାଯାଉଛି ।
BREAKING NEWS
- ଆସନ୍ତା ୩ ଦିନ ମଧ୍ୟରେ ପୁଣି ବଢିବ ଶୀତ ପ୍ରକୋପ
- Turkman Gate case: ତୁର୍କମାନ ଗେଟ୍ ହିଂସା ମାମଲାରେ ଆଉ ତିନି ଗିରଫ;ଏଯାଏଁ ୧୬ ଗିରଫ…
- Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
- Pm Kisan: ଚାଷୀଙ୍କ ଅପେକ୍ଷା ଶେଷ! ଏହି ଦିନ ସେମାନଙ୍କ ଆକାଉଣ୍ଟରେ ଜମା ହେବ ୨୦୦୦ ଟଙ୍କା…
- Puri Airport: ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ନିର୍ମାଣ ହେବନି ମନମୁଖୀ ଭାବେ ଉଚ୍ଚ ଅଟ୍ଟାଳିକା…
- Smriti Irani’s KSBKBT : ୨୫ ବର୍ଷରେ ୨୦୦୦ ଏପିସୋଡ୍ ପୂରଣ କରିଛି ସ୍ମୃତି ଇରାନୀଙ୍କ ଲୋକପ୍ରିୟ ଟିଭି ଶୋ ‘କ୍ୟୁଙ୍କି ଶାଶ୍ ଭି କଭି ବହୂ ଥି’
- Misuse of an Aadhaar Card: ଆପଣଙ୍କ ଆଧାର କାର୍ଡରେ ବି ବଢ଼ିଚାଲିନି ତ କୌଣସି ଋଣଭାର?, ଜାଣନ୍ତୁ କିପରି କରିବେ ଯାଞ୍ଚ…
- କଲମ୍ବିଆରେ ବିମାନ ଦୁର୍ଘଟଣା, ପ୍ରସିଦ୍ଧ ସିଙ୍ଗର ୟେସନ୍ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ
- ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍, ୨ ଗୁରୁତରଙ୍କୁ କରାଗଲା ଏୟାରଲିଫ୍ଟ
- Nitin Nabin Odisha Visit : ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ
Comments are closed.