ଆମଷ୍ଟେଲଭିନ: ନେଦରଲାଣ୍ଡ ଏଠାରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ ଫାଇନାଲରେ ବାଜି ମାରିଛି । ଫାଇନାଲରେ ନେଦରଲାଣ୍ଡ ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି ସର୍ବାଧିକ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ସ୍ୱର୍ଣ୍ଣ ବିଜୟୀ ଦଳ ପକ୍ଷରୁ ମାରିଆ ଭେର୍ସେଚୁର, ଫେଡରିକ ମାଟଲା ଓ ଫେଲିସ ଆଲବର୍ସ ଗୋଲ ସ୍କୋର କରିଥିବା ବେଳେ ଆର୍ଜେଂଟିନା ପକ୍ଷରୁ ଏକମାତ୍ର ଗୋଲଟି ଅଗଷ୍ଟାନି ଗୋର୍ଜେଲାନି ଗୋଲ ଦେଇଥିଲେ । ବିଶ୍ୱର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ଏହି ଦୁଇ ଟିମର ମୁକାବିଲାକୁ ସମସ୍ତେ ଉପଭୋଗ କରିଥିଲେ । ଇଭା ଡେ ଗୋଏଡେ, ଜାନ ଡି ୱାର୍ଡ, ମାର୍ଲୋସ କେଟିଲ୍ସ, ମାର୍ଗୋଟ ଭାନ ଗାଫେନ ଓ ଲିଡେୱିଜ ୱେଲଟନ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ଦଳରେ ରହିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଅତ୍ୟଧିକ ସିନିୟର ଖେଳାଳିଙ୍କୁ ଦଳରେ ରଖାଯିବା ନେଇ ସମୀକ୍ଷକ କିଛି ମାତ୍ରାରେ ଦ୍ୱନ୍ଦ୍ୱରେ ଥିଲେ । ମାତ୍ର ସେମାନେ ତାଙ୍କ ଅଭିଜ୍ଞତାରେ ଦଳକୁ ଆଉ ଥରେ ବିଶ୍ୱ ଚାମ୍ପିୟନ କରାଇ ପାରିଛନ୍ତି । ଆର୍ଜେଂଟିନା ରୌପ୍ୟ ପଦକ ହାସଲ କରିଥିବା ବେଳେ ଜର୍ମାନୀକୁ ହରାଇ ଅଷ୍ଟ୍ରେଲିଆ ବ୍ରୋଞ୍ଜ ପଦକ ଜିତିଛି । ଭାରତ ୯ମ ସ୍ଥାନରେ ରହିଛି ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.