Latest Odisha News

BREAKING NEWS

ମହିଳା ହକି ବିଶ୍ୱକପ: ୯ମ ଥର ପାଇଁ ଟାଇଟଲ ହାସଲ କଲା ନେଦରଲାଣ୍ଡ

ଆମଷ୍ଟେଲଭିନ: ନେଦରଲାଣ୍ଡ ଏଠାରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ ଫାଇନାଲରେ ବାଜି ମାରିଛି । ଫାଇନାଲରେ ନେଦରଲାଣ୍ଡ ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି ସର୍ବାଧିକ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ସ୍ୱର୍ଣ୍ଣ ବିଜୟୀ ଦଳ ପକ୍ଷରୁ ମାରିଆ ଭେର୍ସେଚୁର, ଫେଡରିକ ମାଟଲା ଓ ଫେଲିସ ଆଲବର୍ସ ଗୋଲ ସ୍କୋର କରିଥିବା ବେଳେ ଆର୍ଜେଂଟିନା ପକ୍ଷରୁ ଏକମାତ୍ର ଗୋଲଟି ଅଗଷ୍ଟାନି ଗୋର୍ଜେଲାନି ଗୋଲ ଦେଇଥିଲେ । ବିଶ୍ୱର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ଏହି ଦୁଇ ଟିମର ମୁକାବିଲାକୁ ସମସ୍ତେ ଉପଭୋଗ କରିଥିଲେ । ଇଭା ଡେ ଗୋଏଡେ, ଜାନ ଡି ୱାର୍ଡ, ମାର୍ଲୋସ କେଟିଲ୍ସ, ମାର୍ଗୋଟ ଭାନ ଗାଫେନ ଓ ଲିଡେୱିଜ ୱେଲଟନ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ଦଳରେ ରହିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଅତ୍ୟଧିକ ସିନିୟର ଖେଳାଳିଙ୍କୁ ଦଳରେ ରଖାଯିବା ନେଇ ସମୀକ୍ଷକ କିଛି ମାତ୍ରାରେ ଦ୍ୱନ୍ଦ୍ୱରେ ଥିଲେ । ମାତ୍ର ସେମାନେ ତାଙ୍କ ଅଭିଜ୍ଞତାରେ ଦଳକୁ ଆଉ ଥରେ ବିଶ୍ୱ ଚାମ୍ପିୟନ କରାଇ ପାରିଛନ୍ତି । ଆର୍ଜେଂଟିନା ରୌପ୍ୟ ପଦକ ହାସଲ କରିଥିବା ବେଳେ ଜର୍ମାନୀକୁ ହରାଇ ଅଷ୍ଟ୍ରେଲିଆ ବ୍ରୋଞ୍ଜ ପଦକ ଜିତିଛି । ଭାରତ ୯ମ ସ୍ଥାନରେ ରହିଛି ।

Leave A Reply

Your email address will not be published.