Latest Odisha News

ନାରଦ ସ୍କାମ: ୨ ମନ୍ତ୍ରୀ, ୨ ବିଧାୟକଙ୍କୁ ଜାମିନ ମିଲିଲା

କୋଲକାତା: ନାରଦ ସ୍କାମରେ ସଂପୃକ୍ତ ଥିବା ନେଇ ଗିରଫ ହୋଇଥିବା ଟିଏମସିର ୨ ମନ୍ତ୍ରୀ ଓ ୨ ବିଧାୟକଙ୍କୁ ଜାମିନ ମିଳିଛି । ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁର୍ଖାଜୀ ଏବଂ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଜାମିନ ପ୍ରଦାନ କରିଛି । ସିବିଆଇ ଏହି ଟିଏମସି ନେତାଙ୍କୁ ଗିରଫ କରିବା ପରେ ପଶ୍ଚିମବଙ୍ଗରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ।

ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କୁ ଗିରଫ କରାଯାଉ ବୋଲି କହିଥିଲେ । ଟିଏମସି ସମର୍ଥକମାନେ ସିବିଆଇ ଅଫିସ ଏବଂ ପୋଲିସ ଉପରକୁ ପଥରମାଡ କରିଥିଲେ । ୬ ଘଂଟା ଡ୍ରାମା କରିବା ପରେ ମମତା ଫେରିଥିଲେ । ଏବେ ଟିଏମସି ନେତାଙ୍କୁ ଜାମିନ ମିଳିବା ପରେ ଏହି ନାଟକର ଗୋଟିଏ ଅଧ୍ୟାୟ ଶେଷ ହୋଇଛି ।

Leave A Reply

Your email address will not be published.