ନୂଆଦିଲ୍ଲୀ: ସ୍ବର୍ଗତ ଡକ୍ଟର ମନମୋହନ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଧି ସ୍ଥଳ ନିର୍ମାଣ ବିବାଦକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଭାଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ନରସିଂହ ରାଓଙ୍କ ଭାଇ ମନୋହର ରାଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ୨୦ ବର୍ଷ ପଛକୁ ଚାହିଁ ସେମାନଙ୍କ ନେତା ପି.ଭି ନରସିଂହ ରାଓଙ୍କୁ କେତେ ସମ୍ମାନ ଦେଇଛି ତାହା ଦେଖିବା ଉଚିତ୍। ଏପରିକି ସୋନିଆ ଗାନ୍ଧୀ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇନଥିଲେ।
ସେ ଆହୁରି ମଧ୍ଯ କହିଛନ୍ତି ଯେ କଂଗ୍ରେସ ତାଙ୍କ ପାଇଁ ଗୋଟିଏ ବି ପ୍ରତିମୂର୍ତ୍ତି ନିର୍ମାଣ କରି ନାହିଁ କିମ୍ବା ତାଙ୍କୁ ଭାରତ ରତ୍ନ ମଧ୍ଯ ଦେଇନାହିଁ।
ଅପରପକ୍ଷରେ ପିଭି ନରସିଂହ ରାଓଙ୍କ ନାତି ଏନ.ଭି ସୁଭାଷ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ୨୦ ବର୍ଷ ପରେ ମଧ୍ୟ କଂଗ୍ରେସ କୌଣସି ସମ୍ମାନ ଦେଇନାହିଁ। ରାହୁଲ ଗାନ୍ଧୀଙ୍କର କହିବାର ଅଧିକାର ନାହିଁ। ଆପଣ ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ସମ୍ମାନ ଦେଇନାହାଁନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଭି ନରସିଂହ ରାଓ ଅଧିକାଂଶ ସମୟ ଦିଲ୍ଲୀରେ ଅତିବାହିତ କରିଥିଲେ ତଥାପି କଂଗ୍ରେସ ହାଇଦ୍ରାବାଦରେ ତାଙ୍କ ସ୍ମାରକୀ ନିର୍ମାଣ କରିବାକୁ ଚେଷ୍ଟା କରିଥିଲା।
Comments are closed.