Latest Odisha News

ଗିରଫ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ନରସିଂହପୁର ଥାନା ଅଧିକାରୀ

କଟକ : ଶେଷରେ ଗିରଫ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏକ ମାମଲାର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ହାତରେ ଧରା ପଡିଥିଲେ ଅଲେଖ ।

ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ଧରିବା ପରେ ଏକକାଳୀନ ନରସିଂହପୁର ଠାରେ ଥିବା ସରକାରୀ ବାସଭବନ ସହିତ ସମ୍ବଲପୁର ଠାରେ ଥିବା ପୈତୃକ ଘରେ ମଧ୍ୟ ରେଡ କରିଥିଲା ଭିଜିଲାନ୍ସ । ଆଜି ବି ରେଡ୍ ଜାରି ରହିଥିବା ବେଳେ ୧୫ ଜଣ ଅଫିସରଙ୍କୁ ନିୟୋଜିତ କରିଥିଲା ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ବାବଦରେ ମଧ୍ୟ ସୂଚନା ମିଳିଛି । ଚଢ଼ାଉ ବେଳେ ଧନୁପାଲି ଠାରେ ୪ ହଜାର ବର୍ଗଫୁଟ ଜମିରେ ଥିବା ତାଙ୍କର ଏକ ତିନି ମହଲା କୋଠାକୁ ଠାବ କରିଛି ଭିଜିଲାନ୍ସ ।

Comments are closed.