Latest Odisha News

BREAKING NEWS

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି: ବନିଲେ ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ରାଜନୈତିକ ମାଇଲଖୁଣ୍ଟ ଅତିକ୍ରମ କରି ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଏକ ନିରବଚ୍ଛିନ୍ନ କାର୍ଯ୍ୟକାଳରେ ଭାରତର ଦ୍ୱିତୀୟ ସର୍ବାଧିକ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ବନିଛନ୍ତି ମୋଦି । ମୋଦି ଜୁଲାଇ ୨୫, ୨୦୨୫ ସୁଦ୍ଧା ତାଙ୍କ କାର୍ଯ୍ୟକାଳର ୪୦୭୮ ଦିନ ପୂରଣ କରିଛନ୍ତି । ପୂର୍ବରୁ ଜାନୁଆରୀ ୧୯୬୬ରୁ ମାର୍ଚ୍ଚ ୧୯୭୭ ମଧ୍ୟରେ ଇନ୍ଦିରା ଗାନ୍ଧୀଙ୍କ ୪୦୭୭ ଦିନର ଲଗାତାର କାର୍ଯ୍ୟକାଳ ଏହି ସ୍ଥାନରେ ରହିଥିବା ବେଳେ, ଏବେ ମୋଦି ଏହାକୁ ଅତିକ୍ରମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୦୦୧ ରୁ ମେ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ସବୁଠାରୁ ଅଧିକ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ମଧ୍ୟ କରିଛନ୍ତି । ଏବେ ସେ ପ୍ରଧାନମନ୍ତ୍ରୀ ହୋଇ ଦ୍ବିତୀୟ ଦୀର୍ଘକାଳୀନ ସେବାର ରେକର୍ଡ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରୁ ତାଙ୍କ ପଦବୀରେ ଅଛନ୍ତି।

ତେବେ ପଣ୍ଡିତ ଜବାହରଲାଲ ନେହେରୁ ସର୍ବାଧିକ ସମୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ନିରନ୍ତର ଭାବରେ ୧୬ ବର୍ଷ ୨୮୬ ଦିନ ପାଇଁ ଏହି ପଦବୀରେ ଥିଲେ । ନେହେରୁ ୧୫ ଅଗଷ୍ଟ ୧୯୪୭ ରୁ ୨୭ ମଇ ୧୯୬୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ। ସେ ପ୍ରାୟ ୧୬ ବର୍ଷ ୯ ମାସ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଇନ୍ଦିରା ଗାନ୍ଧୀ ୨୪ ଜାନୁଆରୀ ୧୯୬୬ ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୧ ବର୍ଷ ୨ ମାସ ପର୍ଯ୍ୟନ୍ତ ନିରନ୍ତର ଏହି ପଦବୀରେ ରହି ଏକ ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେ ୨୬ ମଇ ୨୦୧୪ ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନତା ପରେ ଜନ୍ମିତ ଏବଂ ସର୍ବାଧିକ ସମୟ ପାଇଁ ତାଙ୍କ ପଦବୀରେ ରହିଥିଲେ। ସେ ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ମଧ୍ୟ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଥମ ନେତା ଯିଏ ନିରଙ୍କୁଶ ବହୁମତ ପାଇବା ପରେ ନିରନ୍ତର ଭାବରେ ପଦବୀରେ ରହିଥିଲେ। ପଣ୍ଡିତ ନେହେରୁଙ୍କ ପରେ, ସେ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଏକ ଦଳର ନେତା ଭାବରେ ଲଗାତାର ତିନି ଥର ସାଧାରଣ ନିର୍ବାଚନ ଜିତିଛନ୍ତି । ମୋଦି ହିନ୍ଦୀ ଭାଷାଭାଷୀ ନଥିବା ରାଜ୍ୟର ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଭାବରେ ଶାସନ କରୁଥିବା ବ୍ୟକ୍ତି ।

Comments are closed.