Latest Odisha News

ଗୁଜୁରାଟର ସୀମା ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ସୀମାନ୍ତ ରାଜ୍ୟ ଭାବରେ ଗୁଜୁରାଟର ପ୍ରସ୍ତୁତି ଏବଂ ବର୍ତ୍ତମାନର ସୀମା ଉତ୍ତେଜନା ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଆଗୁଆ ଯୋଜନାର ବିବରଣୀ ସଂଗ୍ରହ କରିଥିଲେ ଏବଂ ଏ ସମ୍ପର୍କରେ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ନାଗରିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପର୍ଯ୍ୟାପ୍ତ ପଦକ୍ଷେପ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ବିଶେଷକରି ପାକିସ୍ତାନ ସହିତ ଲାଗିଥିବା ସୀମା ଯେମିତି କି କଚ୍ଛ, ବନାସକାଣ୍ଠା, ପାଟନ, ଜାମନଗର ଭଳି ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକ ।

ଅଧିକାରୀଙ୍କ ସୂଚନା ମୁତାବକ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଗୁରୁବାର ରାତିରେ ଗୁଜରାଟର ସୀମାନ୍ତ ଜିଲ୍ଲା କଚ୍ଛ ଏବଂ ବନାସକାଣ୍ଠାର ଅନେକ ଅଂଶ ସାତ ଘଣ୍ଟାରୁ ଅଧିକ ସମୟ ପାଇଁ ବିଦ୍ୟୁତ୍ କାଟ୍ ହୋଇଥିଲା, । କଚ୍ଛ ଏବଂ ବନାସକାଣ୍ଠା ଉଭୟ ଜିଲ୍ଲା ପାକିସ୍ତାନ ସୀମା ସଂଲଗ୍ନ । ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନର ଯେକୌଣସି ଆକ୍ରମଣାତ୍ମକ ପଦକ୍ଷେପକୁ ପ୍ରତିହତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୁଜ, ନଲିଆ, ନଖତ୍ରାଣା ଏବଂ ଗାନ୍ଧୀଧାମ କସବୋ ସମେତ କଚ୍ଛର ଅନେକ ଅଂଶକୁ ସମ୍ପୂର୍ଣ୍ଣ ଭାବରେ ବିଦ୍ୟୁତ୍ କାଟ୍ କରା କରାଯାଇଥିଲା ।

Comments are closed.