Latest Odisha News

BREAKING NEWS

ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଶାକାର ହେଲା ଶହେ ବର୍ଷର ସ୍ବପ୍ନ। ପାଣି ତଳେ ଚାଲିଲା ମେଟ୍ରୋ ରେଳ। ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ଓ୍ବାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁଜ ପତାକା ଦେଖାଇ ଏହି ଅଣ୍ଡରଓ୍ବାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ମୋଦୀ। ଉଦଘାଟନ ପରେ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଏହି ଅଣ୍ଡରଓ୍ବାଟର ମେଟ୍ରୋରେ ବସି ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ। ପିଲାଙ୍କୁ ନିଜ ପାଖରେ ବସିବାକପୁ କହିବା ସହ ତାଙ୍କ ସହ କଥାବାର୍ତା ମଧ୍ୟ ହୋଇଥିଲେ । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଟ୍ରୋ କର୍ମଚାରୀଙ୍କ ସହ କଥାବାର୍ତା କରିଥିଲେ । ଏହି ସମୟରେ ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର  ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ହାଓ୍ବାଡା ମୈଦାନ- ଏସପ୍ଲାନେଡ ଭିତରେ ଏହି ମେଟ୍ରୋ ଚାଲିବ ।  ମୈଦାନ- ଏସପ୍ଲାନେଡ ଭିତରେ ସୁଡ଼ଙ୍ଗର ଲମ୍ବା ୪.୮ କିମି । ଯେଉଁଥିରେ ୧.୨ କିମି ସୁଡ଼ଙ୍ଗ ହୁଗୁଳି ନଦୀର ୩୦ ମିଟର ଗଭୀରକୁ ଯାଇଛି । ଏହି ଅଣ୍ଡର ୱାଟର ମେଟ୍ରୋ ମାଧ୍ୟମରେ ଭାରତର ନଦୀ ତଳେ ପ୍ରଥମ ଟନେଲ ମଧ୍ୟ ଯାତାୟାତ ପାଇଁ ଖୋଲାଯିବ।

ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ ହୋଇଛି । କୋଲକାତା ମେଟ୍ରୋର ସମ୍ପ୍ରସାରଣ କରାଯାଇଥିବା ବେଳେ ହାୱଡା ମୈଦାନ-ଏସପ୍ଲାନେଡ ଯାଏ ନଦୀ ଭିତରେ ଏହି ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପର ନିର୍ମାଣ କରାଯାଇଛି । ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି । ଏହି ପ୍ରକଳ୍ପ ଲୋକାର୍ପଣ ପରେ ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିଛି ।

 

Leave A Reply

Your email address will not be published.