Latest Odisha News

BREAKING NEWS

ନରେନ୍ଦ୍ରନାଥ ମିଶ୍ର ସ୍ମୃତି ସନ୍ଧ୍ୟା ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ନରେନ୍ଦ୍ରନାଥ ମିଶ୍ରଙ୍କ ଷଷ୍ଠ ପୁଣ୍ୟତିଥି ଅବସରରେ ଆଭାସୀ ମାଧ୍ୟମରେ ‘ନରେନ୍ଦ୍ର ନାଥ ସ୍ମୃତି ସନ୍ଧ୍ୟା’ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ମଣୀନ୍ଦ୍ର କୁମାର ମେହେର, ଦେବୀପ୍ରସନ୍ନ ପଟ୍ଟନାୟକ , ପ୍ରଫୁଲ୍ଲ କୁମାର ପାଣି, ରୁଦ୍ରାଣୀ ମହାନ୍ତି ଓ ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ମିଶ୍ରଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ୱର୍ଗତଃ ମିଶ୍ର ଜଣେ ଅମାୟିକ ବ୍ୟକ୍ତି ହେବା ସହ ଓ ଜଣେ ସୃଜନଶୀଳ ସମାଲୋଚକ ଥିଲେ । ବହିରେ ଓ ବହି ବାହାରେ ତାଙ୍କ ବ୍ୟକ୍ତିତ୍ୱ ଖୁବ୍‍ ସରଳ ଥିଲା । ସମାଲୋଚନାରେ ମୈଳିକ ଦୃଷ୍ଟିକୋଣ ଓ ବଳିଷ୍ଠ ଗଦ୍ୟରୀତି ତାଙ୍କୁ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମଞ୍ଜୁଳା ଆଚାର୍ଯ୍ୟ କବିତା ପାଠ କରିଥିବା ବେଳେ ମୃଦୁଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.