Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୫

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଭକ୍ତରାଜ ଗରୁଡ଼ଙ୍କ ଦୈନିକ ପୂଜାନୀତି ହୁଏ ମହାପ୍ରଭୁଙ୍କ ଅବକାଶ ପରେ।। ଚୁନରା ସେବକ ବିମଳାଙ୍କ କୂଅରୁ ପାଣି ଆଣି ସେଥିରେ ଚୁଆ ଚନ୍ଦନ ଗୋଳି ସ୍ନାନ କରାନ୍ତି। ସାନ୍ନ ପରେ ବେଶ ଓ ବଲ୍ଳଭ ଭୋଗ ଲାଗେ। ସକାଳ ଧୂପରେ ଖେଚୁଡ଼ି।ମଧ୍ୟାହ୍ନ ଧୂପରେ ଆରିସା ଭୋଗ ଲାଗେ। ଝୁଲଣ ସମୟରେ ଖିରି, ଅମାଲୁ ଭୋଗ ଲାଗେ। ଚୂନରା ସେବକମାନେ ମୁଖ୍ୟତଃ ଗରୁଡ଼ଙ୍କ ଆରାଧନା କରି ନୀଳଚକ୍ର ଉପରେ ପତାକା ବାନ୍ଧିବା କାର୍ଯ୍ୟ କରନ୍ତି । ଆରାଧନାରେ ଗରୁଡ଼ ମହାରାଜଙ୍କ ଦ୍ୱାଦଶ ନାମ ସ୍ତୁତି କରନ୍ତି।

“ସୁପର୍ଣଂ ବୈନତେୟଞ୍ଚ ନାଗାରିଂ ନାଗଭୀଷଣମ୍, ଜିତାତ୍ମକଂ ବିଷାରିଞ୍ଚ ଅଜିତଂ ବିଶ୍ୱରୂପିଣଂ
ଗୁରୁତ୍ମନ୍ତଂ ଖଗଶ୍ରେଷ୍ଠଂ ତlକ୍ଷ୍ୟଂ କଶ୍ୟପନନ୍ଦନଂ, ଦ୍ୱାଦଶ ଏତlନୀମାନି ଗରୁଡସ୍ୟ ମହାତ୍ମନଃ।

ଏଭଳି ଦ୍ୱାଦଶ ନାମରେ ଭୂଷିତ ଗରୁଡ଼ ମହାରାଜଙ୍କ ଆଷlଢ଼ ଶୁକ୍ଳ ଦ୍ୱାଦଶୀରେ ଗରୁଡ଼ ଶୟନ ଉତ୍ସବ ପାଳନ ହୁଏ।।ଏହାର ପୂର୍ବ ଦିନ ମହାପ୍ରଭୁଙ୍କ ଶୟନ କର୍ମ ହୋଇ ଥାଏ। କାର୍ତ୍ତିକ ଶୁକ୍ଲ ଦ୍ୱାଦଶୀରେ ଗରୁଡ଼ଙ୍କର ଉତ୍ଥାପନ ନୀତି ହୁଏ। ନୀଳାଦ୍ରି ମହୋଦୟରେ ଏହି ନୀତି ପାଇଁ ସମସ୍ତ ବିଧାନ ଲେଖା ଯାଇଛି।

ପ୍ରକାଶ ଥାଉକି ଗରୁଡ଼ ମହାରାଜ ଶ୍ରୀଜଗନ୍ନାଥଙ୍କ ଶୟନ ପଲଙ୍କ ତଳେ ଶୟନ କରନ୍ତି। କାରଣ ସେ ପ୍ରଭୁଙ୍କ ପରମ ଭକ୍ତ ଅଟନ୍ତି ଓ ଭକ୍ତରାଜ ଉପାଧି ଧାରଣ କରନ୍ତି। ଆସନ୍ତୁ ଏବେ କରିବା ଆରାଧନା, ସେହି ଭାଗବତରୁ :-

ଦେଖ ମୁଁ ସର୍ବେ ଅଛି ପୂରି
ଅନନ୍ତ ଶକ୍ତି ରୂପ ଧରି ।
ଜଗତ ମୋ ତହୁଁ ପ୍ରକାଶେ
ଅନ୍ତେ ମୋହର ତହିଁ ମିଶେ ।
ଏଣୁ ଅନନ୍ତ ବେଦ ଗତି
ନାନା ପ୍ରକାରେ ଫଳ ଶ୍ରୁତି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.