ଭୁବନେଶ୍ୱର: ବାରମ୍ବାର ନାରୀ ଅତ୍ୟାଚାର ଉପରେ ଲାଗିବ ରୋକ୍ । ନାରୀ ନ୍ୟାୟ ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’ ଆପ୍। ବୁଧବାର ‘ନାରୀ ନ୍ୟାୟ ବାହିନୀ’ ଆପ୍ ଉନ୍ମୋଚନ ହୋଇଛି। ନାରୀଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ସମାଜରେ ମହିଳା ଆଉ ଶୋଷିତ ହେବନି। ରାଜ୍ୟ କଂଗ୍ରେସ ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।
‘ନାରୀ ନ୍ୟାୟ ବାହିନୀ’ ଆପ୍ ଉନ୍ମୋଚନ ଅବସରରେ ଭକ୍ତ ଚରଣ ଦାସ କହିଛନ୍ତି, ଯୁଗ ଯୁଗ ଧରି ନାରୀ ପ୍ରତି ଅତ୍ୟାଚାର ହୋଇ ଆସିଛି । ଏହା ପୂର୍ବରୁ ମଧ୍ୟ ହେଉଥିଲା। ଏବେବି ବିଭିନ୍ନ ସ୍କୁଲ, କଲେଜରେ, ରାସ୍ତା, ଘାଟରେ ନାରୀ ପ୍ରତି ଅନ୍ୟାୟ ହେଉଛି। ସୋମବାର ରାତିରେ, ପିଏମଜି ଛକରେ ଯେଉଁଠି ମନ୍ତ୍ରୀ ରହୁଛନ୍ତି, ସେଠାରୁ ଜଣେ ମହିଳାଙ୍କୁ ଦୁର୍ବୃତ୍ତ ଟାଣି ନେଲେ। ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି ।
ଏନେଇ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସିଲେ ଏବଂ ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି। କଂଗ୍ରେସ ଏଥିରେ ସାମିଲ ହେବ । ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
Comments are closed.