Latest Odisha News

BREAKING NEWS

ହାସ୍ୟ ଅଭିନେତା ନରିଙ୍କୁ ଉଲଗ୍ନ କରି ବାଡ଼େଇଲେ ତୁଳସୀ ଗଣନାଟ୍ୟର ମାଲିକ !

ଭୁବନେଶ୍ବର: ଯାତ୍ରା ଜଗତର ପିଛା ଛାଡୁନି ବିବାଦ । ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଚଣ୍ଡିଖୋଲ ଅଞ୍ଚଳରେ ଏକ ଢାବାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ନରି । ଟଙ୍କା ଫେରାଇବାକୁ ଯାଇଥିବା ବେଳେ ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ତାଙ୍କୁ ଉଲଗ୍ନ କରି ମରଣାନ୍ତକ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି।

ଘଟଣାକୁ ନେଇ ଏବେ ଅଭିନେତା ନରି ଭାଙ୍ଗି ପଡ଼ିଛନ୍ତି । ଲୋକଙ୍କୁ ହସାଉଥିବା କଳାକାର ମର୍ମାହତ ହୋଇ ଆଉ ଯାତ୍ରା କରିବେ ନାହିଁ ବୋଲି କହିଛନ୍ତି ।

ନରି ପଣ୍ଡାଙ୍କ କହିବା ଅନୁସାରେ, ଆଗାମୀ ଯାତ୍ରା ଋତୁରେ ସ୍ବପ୍ନ ମହଲ ଛାଡି ସେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟକୁ ଯାଇଥାନ୍ତେ ।ଏଥିପାଇଁ ତୁଳସୀ ମାଲିକ ନାଣ୍ଡୁ ବାବୁଙ୍କ ସହ ଡିଲ୍‌ ହୋଇଥିଲା । ୨ ଥରରେ ୧୦ ଲକ୍ଷ ଟଙ୍କା ନେଇଥିଲେ ଆଡଭାନ୍ସ। ଆଉ କିଛି ଅଗ୍ରିମ ମାଗିବାରୁ ରାଗିକି ଫୋନ କାଟିଦେଲେ ନାଣ୍ଡୁ ବାବୁ। ସ୍ତ୍ରୀ ଫୋନ କରିବାରୁ ସ୍ତ୍ରୀଙ୍କୁ ଅସଭ୍ୟ ଗାଳି କଲେ। ପାର୍ଟିରେ ରହିବେନି କହି ଟଙ୍କା ଫେରାଇବାକୁ ଯାଇଥିଲେ । ସେତେବେଳେ ବନ୍ଦ କୋଠାରୀରେ ଉଲଗ୍ନ କରି ମାଡ ମାରିଥିବା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ନରି ପଣ୍ଡା।

 

 

Comments are closed.