ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ସୌଭାଗ୍ୟ ନଗର ଅଞ୍ଚଳରେ କାନ୍ଥ ଭାଙ୍ଗି ଘରେ ପଶିଲା କାର। ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ପରିବାର ଲୋକେ।
ସୂଚନା ଅନୁଯାୟୀ, କାରଟି ଘରର କାନ୍ଥ ଭାଙ୍ଗି ତଳ ମହଲାରେ ପିଟି ହୋଇଯାଇଥିଲା। ଏହି ଘଟଣାରେ ଗାଡ଼ିଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। କାରରେ ଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି।
ଦୁର୍ଘଟଣାରେ ଘରର ଗେଟ୍ ଏବଂ କାନ୍ଥ କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ ଗାଡ଼ିରେ ଥିବା ବ୍ଯକ୍ତିମାନେ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ କରିବା ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାଗ୍ରସ୍ତ ଯୁବକମାନଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି।
Comments are closed.