Latest Odisha News

BREAKING NEWS

ମହାକାଶରେ ଶୁଟିଂ ପାଇଁ ଟମ କ୍ରୁଜଙ୍କୁ ଅନୁମତି ଦେଲା ନାସା

ନ୍ୟୁୟର୍କ:ହଲିଉଡର ଲୋକପ୍ରିୟ ଅଭିନେତା ଟମ କ୍ରୁଜଙ୍କ ଆଗାମୀ ଫିଲ୍ମ ପାଇଁ ଦର୍ଶକ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସମ୍ପୂର୍ଣ୍ଣ ଭାବେ ମହାକାଶରେ ଏହି ଫିଲ୍ମ ଶୁଟିଂ ହେବାକୁ ଅଛି । ତେବେ ଏଥିପାଇଁ ନାସାର ଅନୁମତିର ଆବଶ୍ୟକ ଥିଲା । ଦୀର୍ଘ ଦିନ ଅପେକ୍ଷା ପରେ ନାସା ମହାକାଶରେ ଫିଲ୍ମ ଶୁଟିଂ ପାଇଁ ସବୁଜ ସଙ୍କେତ ଦେଇଛି ।

ଡୋଗ ଲିମନ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କ୍ରୁଜଙ୍କୁ ମହାକାଶ ଯାନରେ ମହାକାଶକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନାସା ଚିଫ ଜେମ୍ସ ବ୍ରିଡେନଷ୍ଟିନ କହିଛନ୍ତି । ରହସ୍ୟ ଓ ରୋମାଂଚରେ ଭରପୂର ଏହି ବ୍ୟୟବହୁଳ ଫିଲ୍ମ କେବେ ରିଲିଜ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିବ । ଫିଲ୍ମର ସମସ୍ତ ଦୃଶ୍ୟ ମହାକାଶରେ ଶୁଟିଂ ହେବ ।

Comments are closed.