Latest Odisha News

BREAKING NEWS

ସାଟେଲାଇଟ୍ ପଠାଇଲା ନାସା, ଚନ୍ଦ୍ରପୃଷ୍ଟରେ ଖୋଜିବ ପାଣି

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଚନ୍ଦ୍ର ପୃଷ୍ଟରେ ପାଣି ଖୋଜିବାକୁ ଏକ ସ୍ବତନ୍ତ୍ର ଉପଗ୍ରହ ପଠାଇଛି ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ତଥା ନାସା। ଗତକାଲି ଏହାକୁ ଫ୍ଲୋରିଡ଼ାରୁ ଲଞ୍ଚ କରାଯାଇଛି । ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ ସାଟେଲାଇଟ୍‌କୁ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରିଛି ନାସା । ଏହି ସାଟେଲାଇଟ୍‌ର ନାମ ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର ରଖାଯାଇଛି ।

୨୦୦ କିଲୋ ଓଜନର ଏହି ସାଟେଲାଇଟ୍‌ର ଲମ୍ବା ହେଉଛି ୧୧.୫ ଫୁଟ୍ ।  ସ୍ପେଶ୍ ଏକ୍ସ ଫାଲକନ-୯ ରକେଟ୍ ସାହାଯ୍ୟରେ ଏହାକୁ ପଠାଇଛି । ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ କେନେଡି ସ୍ପେଶ ସେଣ୍ଟରରୁ ସାୟେଲାଇଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ତେବେ ଯଦି ଜହ୍ନରେ ପାଣି ମିଳିଯାଏ, ତାହାଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା ହେବ ବୋଲି କହିଛି ନାସା ।

ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଏହା ସେଠାରେ ଜଣର ଅନୁସନ୍ଧାନ କରିବ । ତେବେ ଚନ୍ଦ୍ରପୃଷ୍ଠ ସାଧାରଣତଃ ଶୁଷ୍କ ବୋଲି ଧାରଣା ରହିଛି। ହେଲେ ଚନ୍ଦ୍ରମାରେ ପାଣି ଥିବା ନେଇ ପୂର୍ବରୁ ହୋଇଥିବା ଏକ ପରୀକ୍ଷଣରୁ ତଥ୍ୟ ମିଳିଛି । ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ପାଣି ଥିବା ନେଇ ଅନୁମାନ କରାଯାଉଛି । ଲୁନାର ପୋଲ୍‌ରେ ସୂର୍ଯ୍ୟକିରଣ ପଡୁନଥିବା ଥଣ୍ଡା ସ୍ଥାନରେ ମଧ୍ୟ ପାଣି ଥିବା ନେଇ ଅନୁମାନ କରାଯାଉଛି । ତେବେ ସେଠାରେ ବରଫ ଆକାରରେ ଜଳ ଥିବା ସମ୍ଭାବନା ରହିଛି ବୋଲି କହିଛି ନାସା ।

Comments are closed.