Latest Odisha News

BREAKING NEWS

ବୈଷୟିକ ତ୍ରୁଟି ଯୋଗୁ ନାସାର ଆର୍ଟେମିସ-୧ ଲଚିଂ ଘୁଂଚିଲା

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସା ସୋମବାର ଆର୍ଟେମିସ-୧ ଲଂଚିକୁ ବୈଷୟିକ ତ୍ରୁଟି ଯୋଗୁ ଘୁଂଚାଇ ଦିଆଯାଇଛି । ଫ୍ଲୋରିଡାର କେନେଡି ସ୍ପେଶ ସେଂଟରରୁ ସ୍ପେଶ ଲଂଚ ସିଷ୍ଟମ ରକେଟ ଓ ଓରିୟନ କ୍ୟାପସୁଲକୁ ୪୨ ଦିନ ମିଶନରେ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଟିମ ଇଂଜନ ନମ୍ବର ୩ରେ ଲିକେଜ ସମସ୍ୟା ଯୋଗୁ ଶେଷରେ ନିରୁପାୟ ହୋଇ ବୈଜ୍ଞାନିକମାନେ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ସେପ୍ଟମ୍ବର ୨ କିମ୍ବା ୫ରେ ଏହାକୁ ପୁନର୍ବାର ଚନ୍ଦ୍ରପୃଷ୍ଠକୁ ପଠାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି । ଆମେରିକାର ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସମେତ ଅନେକ ଏହି ଐତିହାସିକ ଉତକ୍ଷେପଣକୁ ଅପେକ୍ଷା କରିଥିଲେ ମଧ୍ୟ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡିଛି ।

BjdElectrycity

ଆପୋଲ ୧୭ର ୫୦ ବର୍ଷ ପରେ ଚନ୍ଦ୍ର ପୃଷ୍ଠ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଏହି ମିଶନ ପ୍ରସ୍ତୁତ କରାଯାଇଥିଲା । ନାସା ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ମିଶନ ଥିଲା । ଏହା ମାଧ୍ୟମରେ ସ୍ପେଶକ୍ରାଫ୍ଟ ଚନ୍ଦ୍ର ପୃଷ୍ଠକୁ ଯିବା ପରେ କେତେକ ଛୋଟ ଉପଗ୍ରହକୁ କକ୍ଷପଥରେ ଛାଡିବା ସହ ନିଜସ୍ୱ କକ୍ଷରେ ସ୍ଥାପତି ହୋଇ ସୂଚନା ପ୍ରଦାନ କରିଥାନ୍ତା । ଏହା ଦ୍ୱାରା ଚନ୍ଦ୍ର ପୃଷ୍ଠର ଆଖ ପାଖର ସ୍ଥିତି ଅନୁଧ୍ୟାନ କରିବାରେ ସହାୟ ହୋଇଥାନ୍ତା । ବର୍ତମାନ ସମସ୍ତେ ପରବର୍ତୀ ତାରିଖକୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.