Latest Odisha News

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦ ଟଙ୍କିଆ ନୋଟ୍ ବଦଳି କରିବାକୁ ନେଇ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ସୋନପୁରର ରାଜେଶ ମେହେରଙ୍କ ଠାରୁ ୧୨ ଲକ୍ଷ ଓ ଭୁବନେଶ୍ୱରର ମନୋଜ ବ୍ରହ୍ମାଙ୍କ ଠାରୁ ୮ ଲକ୍ଷ ଅଭିଯୁକ୍ତ ନେଇଥିଲା । କଥା ଥିଲା ୨୫ ପ୍ରତଶତ କମିଶନ ନେଇ ଅଭିଯୁକ୍ତ ଟଙ୍କା ବଦଳ କରିବେ ।

ହେଲେ ଟଙ୍କା ନେଇ ସେହିଦିନ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଥିଲେ । ଫୋନ୍ ସ୍ୱିଚ୍ ଅଫ୍ ଥିବାରୁ ଯୋଗାଯୋଗ କରି ନପାରି ପୋଲିସରେ ଅଭିଯୋଗ କରିଥିଲେ ରାଜେଶ ଓ ମନୋଜ । ସୋନପୁର ପୋଲିସ ମାମଲା ରୁଜୁ କରି ଅଗଷ୍ଟ ୨ରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଗିରଫଙ୍କ ଠାରୁ ୧୨ ଲକ୍ଷ ୮୮ ହଜାର ଟଙ୍କା, ୨ଟି ମୋବାଇଲ ଓ ଏକ ସ୍କର୍ପିଓ ଗାଡ଼ି ଜବତ କରିଥିଲା । ଉକ୍ତ ମାମଲାରେ ଆଜି ଆଉ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.