ନୂଆଦିଲ୍ଲୀ ୨୧।୧୨: ନୂଆ ବର୍ଷ ପୂର୍ବରୁ ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ। ଏତେ ବଡ଼ ବିପଦକୁ କେମିତି ଟାଳି ହେବ ଚିନ୍ତାରେ ବୈଜ୍ଞାନିକ । ଆଉ ଏହି ବିପଦ ହେଉଛି ଉଲ୍ଲକାପିଣ୍ଡ। ବୈଜ୍ଞାନିକଙ୍କ ଅନୁସାରେ ୨୪ ଡିସେମ୍ବରରେ ମହାକାଶରେ ଗତି କରିବ ଏହି ଉଲ୍ଲକାପିଣ୍ଡ। ଯଦି ଏହି ଉଲ୍ଲକାପିଣ୍ଡର ଗତିରେ ସାମାନ୍ୟତମ ପରିବର୍ତ୍ତନ ହୁଏ ତେବେ କଥା ସରିଲା। କିଛି ବୈଜ୍ଞାନିକ କହୁଛନ୍ତି ଯଦି ଉଲ୍ଲକାପିଣ୍ଡର ଗତିରେ ସାମାନ୍ୟ ପରିବର୍ତ୍ତନ ହେଲା ତେବେ ପୃଥିବୀ ଉପରେ ପଡ଼ିବାର ଢେର ଆଶଙ୍କା ରହିଛି। ଏହି ଉଲ୍ଲକାପିଣ୍ଡର ଆକାର ହେଉଛି ପ୍ରାୟ ୧୨୦ଫୁଟ ଲମ୍ବ । ସବୁଠୁ ବଡ଼ କଥା ହେଉଛି ଉଲ୍ଲକାପିଣ୍ଡକୁ ନେଇ ଏଥିପାଇଁ ଅଧିକ ଡର ରହିଛି କାରଣ ଏହା ପୃଥିବୀ-ଚନ୍ଦ୍ରର ଦୂରତାଠାରୁ ୧୬ଗୁଣା ବଡ । ବୈଜ୍ଞାନିକମାନେ ଏହାର ନାଁ ରଖିଛନ୍ତି ୨୦୨୪ XN1 । ଏହା ପୃଥିବୀ ଠାରୁ ୪ ଲକ୍ଷ ୪୮ ହଜାର ମାଇଲ ଦୂରତାରେ ଗତି କରିବ । ଆଉ ଏହାର ବେଗ ରହିବ ୧୪ ହଜାର ୭୪୩ ମାଇଲ୍।
ଉଲ୍ଲାକାପିଣ୍ଡ ଉପରେ ଗବେଶଣା କରୁଥିବା ନାସାର ବୈଜ୍ଞାନିକ କହିଛନ୍ତି ପୃଥିବୀର ଅତି ନିକଟ ହୋଇ ଉଲ୍ଲକାପିଣ୍ଡ ଗତିକରିବା କିଛି ବଡ଼ କଥା ନୁହେଁ। ହେଲେ ଏତେ ବଡ଼ ଉଲ୍ଲକାପିଣ୍ଡ ଯେତେବେଳେ ପୃଥିବୀର ଅତି ନିକଟ ହୋଇ ଗତିକରିବ କିଛି ବି ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଅନ୍ୟପଟେ ଆଉ କିଛି ବୈଜ୍ଞାନିକ ଏହି ଉଲ୍ଲକାପିଣ୍ଡକୁ ନେଇ ଭିନ୍ନ ମତ ମଧ୍ୟ ଦେଉଛନ୍ତି। ସେମାନଙ୍କ କହିବା ଅନୁସାରେ ୨୦୨୪ XN1 ଉଲ୍ଲକାପିଣ୍ଡ ସୌର ପ୍ରଣାଳୀର ଉତ୍ପତ୍ତି ବୁଝିବାରେ ଅନେକ ଭୂମିକା ଗ୍ରହଣ କରିପାରେ । ଏଥିପାଇଁ ଏହା ବୈଜ୍ଞାନିକଙ୍କୁ ଅଧିକ ଗବେଷଣା କରିବାରେ ଖୋରାକ ଯୋଗାଉଛି।
ଉଲ୍ଲକାପିଣ୍ଡର କଥା ଆସିଲେ ସମସ୍ତଙ୍କ ଭିତରେ ଛନକା ପଶେ। କାରଣ ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ। ବୈଜ୍ଞାନିକମାନେ ଏହା ଉପରେ ଯେତେ ନଜର ରଖିଲେ ବି କେତେବେଳେ କ’ଣ ଘଟିବ କହିହେବ ନାହି। ବୈଜ୍ଞାନିକଙ୍କ ଅନୁସାରେ ଏହି ଉଲ୍ଲକାପିଣ୍ଡ ବ୍ୟତୀତ ଆହୁରି ଉଲ୍ଲକାପିଣ୍ଡ ପୃଥିବୀର ନକଟତର ହୋଇ ଗତିକରିବ। ତେବେ ଅନ୍ୟ ଉଲ୍ଲକାପିଣ୍ଡଠାରୁ ଏହାର ଆକାର ଯଥେଷ୍ଠ ଅଧିକ ହେଉଥିବାରୁ ବୈଜ୍ଞାନିକମାନେ ଏହାଉପରେ କଡ଼ା ନଜର ରଖିଛନ୍ତି। ଏପ୍ରକାର ଏକ ବଡ଼ ବିପର୍ଯ୍ୟୟର ଆଶଙ୍କା ରହୁଥିଲେ ବି ବୈଜ୍ଞାନିକମାନେ ବଡ଼ ଆଶ୍ୱାସନା ଦେଇଛନ୍ତି। ସେମାନେ କହିଛନ୍ତି, ଏହି ଉଲ୍ଲକାପିଣ୍ଡ଼ ପୃଥିବୀର ଅତି ନିକଟତର ହୋଇ ଗତି କଲେ ବି ପୃଥିବୀ ପାଇଁ କୌଣସି ବିପଦ ହେବ ନାହିଁ ।
Comments are closed.