Latest Odisha News

BREAKING NEWS

ଆସନ୍ତୁ ଜାଣିବା କେବେ ଉଲକାପିଣ୍ଡ ଡିର୍ମୋଫୋସକୁ ଧକ୍କା ଦେବ ନାସାର ଡାର୍ଟ

ୱାଶିଂଟନ: ପୃଥିବୀ ପୃଷ୍ଠରେ ଯେପରି ମହାକାଶରୁ ଖସୁଥିବା ଉଲକାପିଣ୍ଡ ମାଡ ନ ହେବେ ସେଥିପାଇଁ ନାସା ଉଦ୍ୟମ ଆରମ୍ଭ କରିଛି । ନାସାର ଡାର୍ଟ ମିଶନ ଆମକୁ ଆଗାମୀ ବିପଦରୁ ରକ୍ଷା କରିବ ବୋଲି ଆଶା କରାଯାଉଛି । ବର୍ତମାନ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲକା ପିଣ୍ଡ ଡିର୍ମୋଫୋସକୁ ନାସାର ଡାର୍ଟ ଧକ୍କା ଦେବ । ଏହା ଫଳରେ ଏହାର ଗତିପଥରେ ପରିବର୍ତନ ହେବ ଏବଂ ପୃଥିବୀ ପ୍ରତି ବିପଦ ଟଳିଯିବ । ଇଂଟରନେଟରେ ଏହାର ଲାଇଭ ଷ୍ଟ୍ରିମିଂ ଦେଖିବାକୁ ମିଳିବ । ମଙ୍ଗଳବାର ଭାରତୀୟ ସମୟ ଭୋର ୪ଟା ୪୪ରେ ଏହି ମିଶନ କାର୍ଯ୍ୟକାରୀ ହେବ ।

ଡାର୍ଟ ମହାକାଶ ଯାନ ୨୨,୫୦୦ କିଲୋମିଟର ପ୍ରତି ଘଂଟାରେ ଗତି କରି ଉଲକାପିଣ୍ଡରେ ମାଡ ହେବ । ଏହା ଦ୍ୱାରା ଉଲକାପିଣ୍ଡର ଗତିପଥ ବଦଳିଯିବ । ଡାର୍ଟ ମିଶନ ପାଇଥଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଫଟୋ ଉତୋଳନ ପାଇଁ ଏକ କୃତ୍ରିମ ଉପଗ୍ରହ ମଧ୍ୟ ଅନ୍ତରୀକ୍ଷକୁ ପଠାଯାଇଛି । ଯଦି ଏଥିରେ ନାସା ସମ୍ପୂର୍ଣ୍ଣ ଭାବେ ସଫଳ ହୁଏ ତାହାହେଲେ ଆଗାମୀ ଦିନରେ ଏହି ସମସ୍ୟା ଦୂରିଭୂତ ହେବ ।

Leave A Reply

Your email address will not be published.